Fri. Jul 3rd, 2026

ଏହି ଦିନ ‘ମାତୋଶ୍ରୀ’ ଛାଡ଼ି ‘ବର୍ଷା’କୁ ଆସିବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ !

268 Views

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବାସଭବନ ‘ମାତୋଶ୍ରୀ’ ଛାଡ଼ି ଏବେ ସରକାରୀ ବଙ୍ଗଳା ‘ବର୍ଷା’କୁ ଆସିବେ ବୋଲି ଜଣାଯାଇଛି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭାବେ ବର୍ଷା ବଙ୍ଗଳା ମଞ୍ଜୁର କରାଯାଇଛି । ପୂର୍ବରୁ କୁହାଯାଉଥିଲା ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାତୋଶ୍ରୀରୁ ହିଁ କାର୍ଯ୍ୟ କରିବେ, ମାତ୍ର ନିରାପତ୍ତା ଏବଂ ପ୍ରୋଟୋକଲ ଦୃଷ୍ଟିରୁ ତାଙ୍କୁ ବର୍ଷାରେ ରହିବାକୁ ପଡିବ ବୋଲି ଏବେ ଜଣାଯାଇଛି। ୧୨ ହଜାର ବର୍ଗଫୁଟର ଏହି ବଙ୍ଗଳାରେ ଠାକରେ ପତ୍ନୀ ରଶ୍ମୀ ଏବଂ ଦୁଇ ପୁଅଙ୍କ ସହ ରହିବେ ବୋଲି ସୂଚନା ମିଳିଛି।

କୁହାଯାଉଛି ଯେ ଆଗାମୀ ଜାନୁଆରି ମାସ ୨୩ ତାରିଖରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେ ଜନ୍ମ ଦିବସ ପଡ଼ୁଥିବାରୁ ସେହି ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବାସଭବନ ‘ମାତୋଶ୍ରୀ’ ଛାଡ଼ି ସରକାରୀ ବଙ୍ଗଳା ‘ବର୍ଷା’କୁ ଆସିବେ।

ଏବେ ସେହି ବର୍ଷାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ରହୁଛନ୍ତି। ତାଙ୍କୁ ଏଠାରେ ଆଉ ତିନି ମାସ ରହିବାକୁ ସୁଯୋଗ ଦିଆଯାଉ ବୋଲି ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନବିସଙ୍କୁ ସାଗର ବଙ୍ଗଳାରେ ରହିବାକୁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି।

By amfnews

Related Post