Sun. Jul 26th, 2026

ଏହି ଗାଈର ଓଜନ ମାତ୍ର ସାଢ଼େ ଚାରି କିଲୋଗ୍ରାମ୍‌

214 Views

ଆମେରିକାର ମିସିସିପିରେ ବିଶ୍ୱର କ୍ଷୁଦ୍ରତମ ଗାଈ ଦେଖିବାକୁ ମିଳିଛି। ଏହି ଗାଈର ଓଜନ ପାଳିତ ବିରାଡିର ଓଜନଠାରୁ ବି କମ୍‌। ମିଳିଥିବା ସୂଚନା ଅନୁଯାୟୀ ଏହି ଗାଈର କଲେଜ୍‌ ଅଫ୍‌ ଭେଟରନାରିକୁ ଅଣାଯାଇଛି। ଗାଈର ମାଲିକ ଯେତେବେଳେ ଏତେ କମ୍‌ ଓଜନ ଦେଖିଲା,ସେତେବେଳେ ସେ ହତଚକିତ ହେଲା। ଏଣୁ ସେ ମେଡିକାଲ କଲେଜ୍‌କୁ ଆଣିଲା ତା’ର ଚିକିତ୍ସା କରିବାକୁ।

କଲେଜ୍‌ରେ ଉକ୍ତ କ୍ଷୁଦ୍ରତମ ଗାଈର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜଣାଗଲା ଯେ ଗାଈର ଓଜନ୍‌ କମ୍‌ ହେଲେ ବି ସେ ସୁସ୍ଥ। ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏହି ଗାଈକୁ ଦେଖି ମଧ୍ୟ ବିସ୍ମିତ ହୋଇଥିଲେ। ମେଡିକାଲ୍‌ ଟିମ୍‌ ଏହି ଗାଈର ଫଟୋକୁ ନିଜ ନଜର ଫେସବୁକ୍‌ରେ ସେଆର୍‌ କରି ଲେଖିଛନ୍ତି ‘ଆମକୁ ଏମିତି ଗାଈ ମିଳିଛି,ଯାହାର ଓଜନ ସାଧାରଣ ବିରାଡିର ଓଜନ ଠାରୁ ବି କମ୍‌। ସାଧାରଣତଃ ଗାଈର ଓଜନ ବିଲେଇର ଓଜନଠାରୁ ପ୍ରାୟ ୧୦ ଗୁଣା ବଡ଼। କିଛି ଘଣ୍ଟାପରେ ଏହି ଗାଈର ଫଟୋ ସୋସିଆଲ ମିଡିଆରେ ଅଧିକ ଲୋକପ୍ରିୟ ହୋଇଗଲା। ମେଡିକାଲ ଟିମ୍‌ ମଝିରେ ମଝିରେ ଏହି ଗାଈ ସଂପର୍କରେ ଅଧିକ ସୂଚନା ମଧ୍ୟ ଦେବେ ବୋଲି ଜଣାଇଛନ୍ତି।

By amfnews

Related Post