Sat. Jul 25th, 2026
334 Views

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜୋର୍‌କା ଝଟ୍‌କା’। ନିକଟରେ ଏକ ତାରକା ହୋଟେଲରେ ଉକ୍ତ ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି। ପ୍ରାୟ ହାସ୍ୟରସର ଗୀତକୁ ନେଇ ପ୍ରସ୍ତୁତ ହେଇଛି ଏହାର ସଙ୍ଗୀତ। ଏକ ହାସ୍ୟରସାତ୍ମକ କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହେଇଛି। ତିନି ଜଣ ଯୁବକ ପଡ଼ିଯାଇଛନ୍ତି ଜଣେ ଯୁବତୀଙ୍କ ପଛରେ। ସମସ୍ତେ ଭାବୁଛନ୍ତି ସେ ଯୁବତୀ ଜଣକ ତାଙ୍କୁ ପ୍ରେମ କରୁଛି।

ତିନି ପ୍ରେମିକ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି ହରିହର ମହାପାତ୍ର, ଦୀପକ ଓ ପ୍ରଜ୍ଞା। ଏଇ ସିନେମାରେ ପ୍ରେମିକା ସାଜିଛନ୍ତି ପିଙ୍କି ପ୍ରିୟଦର୍ଶିନୀ। ଏମାନଙ୍କ ସହ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ମିହିର ଦାସ, ଟିକି ରଥ, ଶ୍ରୀତମ୍‌ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଗୁଡ୍ଡୁ ଓ ଶଙ୍କର।

ଶିବାନୀ ଏଣ୍ଟରଟେନ୍‌ମେଣ୍ଟ ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଶିବାନୀ ବେହେରା ଓ ଅଶୋକ କୁମାର ବେହେରା। ସଂଳାପ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ସଜାଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ।

By amfnews

Related Post