Thu. Jul 23rd, 2026

ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ ସାମିଲ୍‌

264 Views

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) କୁ ସାମିଲ କରାଯିବା ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆର୍‌ଏଲ ଡି ଏବେ ଏସ୍‌ପିର ସହଯୋଗୀ ଦଳ। ଅଖିଳେଶ ଯାଦବ କହିଛନ୍ତି ପାର୍ଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ପାର୍ଟି ମୁଖ୍ୟାଳୟରେ ବିଧାନମଣ୍ଡଳ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲ ପ୍ରସ୍ତାବ ଉପସ୍ଥାପିତ କରିଥିଲେ। ଏଥର ମେଣ୍ଟରେ ବହୁଜନ ସମାଜ ପାର୍ଟି (ବିଏସପି) ଓ ଆରଏଲଡିର ସ୍ୱାଗତ କରାଯାଇଥିଲା।

ବୈଠକରେ ଭାରତୀୟ ଜନତା ପାର୍ଟି ସରକାର ସିବିଆଇର ରାଜନୀତିକରଣ,ବିରୋଧୀ ମାନଙ୍କ ପ୍ରତି ଅଗଣତାନ୍ତ୍ରିକ ମନୋଭାବ ପୋଷଣ କରିବାକୁ ନେଇ ତୀବ୍ର ସମାଲୋଚନା କରାଯାଇଥିଲା। ସମାଜବାଦୀ ପାର୍ଟି ନିଜ କୋଟାରୁ ଗୋଟିଏ ବା ଦୁଇଟି ଆସନ ଆରଏଲଡିକୁ ଦେବ ବୋଲି ଜଣାଯାଇଛି। ଖୁବ୍‌ ଶୀଘ୍ର ଏ ସଂପର୍କରେ ଦଳ ନିଷ୍ପତ୍ତି ନେବ ବୋଲି କୁହାଯାଉଛି।

By amfnews

Related Post