Sat. Sep 12th, 2026

ଏସ୍‌ସିବିରେ ଖୋଲିଲା ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

295 Views

କଟକ : ସ୍ବାସ୍ଥ୍ୟ ବିଭାଗରେ ‘ମୋ ସରକାର ଓ ୫-ଟି ବ୍ୟବସ୍ଥା ଲାଗୁ ହେବା ପରେ ଏସ୍‌ସିବିରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣି। ଦୈନିକ ଶୁଣାଣି ପାଇଁ ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ ମ୍ୟାନେଜର ବିରଞ୍ଚି ନାରାୟଣ ସାହୁ ଓ ସୌମ୍ୟ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ଉପରୋକ୍ତ ତିନି ଅଧିକାରୀ କାର୍ଯ୍ୟ ଦିବସଗୁଡ଼ିକରେ ନିଜ ନିଜ କାର୍ଯ୍ୟାଳୟରେ ରହି ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଅଭିଯୋଗୁଡ଼ିକର ଶୁଣାଣି କରିବେ। ସେହିପରି ଅନ୍ୟ ଯେ କୌଣସି ସମୟରେ କୌଣସି ବିଭାଗରୁ ଅଭିଯୋଗ ଆସିଲେ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ତାହାର ଶୁଣାଣି କରିବେ। ସଂପୃକ୍ତ ବିଭାଗର ଡାକ୍ତରଙ୍କ ସହ ମିଶି ସେ ରୋଗୀଙ୍କ ଅଭିଯୋଗ ଶୁଣିବାକୁ ଆଜି ଏସ୍‌ସିବି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋ ସରକାର ଓ ୫-ଟି ଯୋଜନାକୁ ଲୋକାଭିମୁଖୀ କରିବା ଓ ଲୋକଙ୍କୁ ଉଚିତ୍‌ ନ୍ୟାୟ ଦେବା ପାଇଁ ଏଭଳି ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି।

By amfnews

Related Post