Mon. Oct 5th, 2026

ଏଲ୍‌ପିଜି ଗ୍ୟାସ୍‌ ଫାଟି ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୪ ଗୁରୁତର

182 Views

ନୂଆଦିଲ୍ଳୀ: ପଶ୍ଚିମ ଦିଲ୍ଲୀର ଉତ୍ତମନଗରଠାରେ ମଙ୍ଗଳବାର ସିଲିଣ୍ଡର ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ୧୪ ବର୍ଷୀୟା ନାବାଳିକା ସମେତ ସମୁଦାୟ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଏଲ୍‌ପିଜି ଗ୍ୟାସ୍‌ ଫାଟିବା ପରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜାଣିବାକୁ ମିଳିଛି।

ଏହି ଭୟାବହ ଅଗ୍ନିକାଣ୍ଡ ପରେ ସମସ୍ତ ଆହତମାନଙ୍କୁ ପୁଲିସ୍‌ ନେଇ ଦୀନ ଦୟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଏହି ଅଗ୍ନିକାଣ୍ଡରେ ଆହତ ହୋଇ ଚିକିତ୍ସିତ ହେଉଥିବା ରାଜେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ଭାଗ ଜଳି ଯାଇଥିବା ସୂଚନା ରହିଛି।

ରା‌ଜେନ୍ଦ୍ରଙ୍କ ବ୍ୟତୀତ ଅନ୍ୟ ଆହତମାନେ ହେଉଛନ୍ତି ଆରତୀ(୧୪), ପପୁ(୪୨) ଏବଂ  ବାବୁ ଲାଲ୍‌(୪୨)। ଆରତୀଙ୍କ ଶରୀରର ୧୦ ପ୍ରତିଶତ ଅଙ୍ଗ ଜଳି ଯାଇଥିବା ବେଳେ ପପୁ ଓ ବାବୁ ଳାଲ୍‌ଙ୍କ ଶରୀରରେ ୨୫ ପ୍ରତିଶତ ଲେଖାଏ ନିଆଁ ଲାଗିଥିବା ସୂଚନା ରହିଛି।

By amfnews

Related Post