Sat. Jul 25th, 2026

ଏରୋ ଇଣ୍ଡିଆ ସୋ’ରେ ଦମ୍ ଦେଖାଇଲା ତେଜସ୍; ଆକାଶରୁ ଲଢ଼ୁଆ କ୍ଷମତା ପରଖିଲେ ସେନାମୁଖ୍ୟ ବିପିନ ରାୱତ

309 Views

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଚାଲିଥିବା ଏରୋ ଇଣ୍ଡିଆ ସୋ’ରେ ଦେଖିବାକୁ ମିଳିଛି  ଯୁଦ୍ଧବିମାନ ତେଜସର ଦମ୍ । ଏରୋ ଇଣ୍ଡିଆ ସୋ’ରେ ଗୁରୁବାର ସେନାମୁଖ୍ୟ ବିପିନ ରାୱତ ତେଜସ୍ ବିମାନରେ ବସି ଆକାଶରେ ଉଡିଥିଲେ । ଏଥିସହ ତେଜସର ଲଢ଼ୁଆ କ୍ଷମତା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଉଡାଣ ପରେ ସେନାମୁଖ୍ୟ ରାୱତ କହିଛନ୍ତି, ତେଜସ୍  ବାୟୁସେନାରେ ସାମିଲ ହେବାପରେ ଭାରତର ସାମରିକ କ୍ଷମତା ବଢ଼ିବ। ଭାରତୀୟ ସେନାମୁଖ୍ୟ ଏଭଳି ଭାବେ ବିମାନ କ୍ଷମତା ପରୀକ୍ଷଣ କରିବା ପ୍ରଥମ ଘଟଣା।

Embedded video

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସର ଗୋଟିଏ ସିଟ୍ ଓ ଗୋଟିଏ ଜେଟ୍ ଇଂଜିନ।  ଏହି ହାଲୁକା ଲଢୁଆ ବିମାନ ୫୦ହଜାର ଫୁଟ ଉଚ୍ଚରେ ଉଡି ଶତ୍ରୁ ପକ୍ଷକୁ ଧ୍ୱସଂ କରିବାର କ୍ଷମତା ରଖିଛି । ଆକାଶରେ ଉଡାଣ ସମୟରେ ମଧ୍ୟ ଆକାଶରେ ଥିବା ଶତ୍ରୁ ପକ୍ଷର ବିମାନ ଉପରେ ଆକ୍ରମଣ କରିବା ପାଇଁ ଏଥିରେ ଡର୍ବି ମିଜାଇଲ ଖଞ୍ଜା ଯାଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡର୍ବି ମିଜାଇଲ ଦ୍ରୁତ ଗତିରେ ଉଡୁଥିବା ଶତ୍ରୁ ପକ୍ଷର ବିମାନକୁ ଚିହ୍ନଟ କରି ଧ୍ୱସଂ କରିପାରିବ । ଆକାଶରୁ ଭୂପୃଷ୍ଠକୁ ଆକ୍ରମଣ କରିବା ପାଇଁ ଏଥିରେ ଖଞ୍ଜା ଯାଇଛି ଲେଜର ଗାଇଡେଡ ବୋମା । ଘଣ୍ଟା ପ୍ରତି ୧୩୫୦ କିଲୋମିଟର ବେଗରେ ୨୩୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ ତେଜସ । ଏହା ସହ ୩୦୦୦ କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ଏହି ଯୁଦ୍ଧ ବିମାନର।

By amfnews

Related Post