Wed. Sep 30th, 2026

ଏମ୍‌ସରେ ଝାଡୁ ମାରୁଥିବାର ନଜର ଆସିଲେ ଶାହା ଆଉ ନଡ୍ଡା

230 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉଦେଶ୍ୟରେ ଦଳ ଲଞ୍ଚ୍‌ କରିଥିବା ‘ସେବା ଶପଥ’ ଅଭିଯାନରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଟ୍ଵିଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍‌ସ)ରେ ଝାଡୁ ମାରିଥିବାର ନଜର ଆସିଛନ୍ତି। ସେମାନେ ଝାଡୁ ମାରୁଥିବା ବେଳେ ହସ୍ପିଟାଲ୍‌ର ଅନ୍ୟ ଷ୍ଟାଫ୍‌ମାନେ ବି ନଜର ଆସିଛନ୍ତି। ପୂର୍ବରୁ ଏହି ଅଭିଯାନରେ ଶାହା ଏବଂ ନଡ୍ଡା ଏମ୍‌ସରେ ଭର୍ତ୍ତି ହୋଇଥିବା ପିଲାମାନଙ୍କୁ ଭେଟି ଫଳ ବାଣ୍ଟିଥିଲେ।

By amfnews

Related Post