Wed. Jul 15th, 2026

ଏମିତି ରହିବ ୧୦୦ ଟଙ୍କିଆ ନୂତନ ନୋଟ୍, ଆରବିଆଇ ଜାରି କଲା ଏହାର ପ୍ରଥମ ଫଟୋ

555 Views

ନୂଆଦିଲ୍ଲୀ,ଜୁଲାଇ୧୯ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୀଘ୍ର ୧୦୦ ଟଙ୍କିଆ ନୂତନ ନୋଟ୍ ଜାରି କରାଯିବ। ମହାତ୍ମା ଗାନ୍ଧୀ ସିରିଜର ଏହି ନୂତନ ନୋଟ୍ ଉପରେ ବର୍ତ୍ତମାନର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ହସ୍ତାକ୍ଷର ରହିବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ନୂତନ ନୋଟର ପଛ ପାର୍ଶ୍ଵରେ ଗୁଜରାତର ପାଟନ ଜିଲ୍ଲାରେ ସ୍ଥିତ  ‘ରାନି କି ଭାବ’ର ଚିତ୍ର  ରହିବ। ଏହି ନୂତନ ନୋଟର ରଙ୍ଗ ବାଇଗଣୀ  ରହିବ।

ଏହି ନୂତନ ନୋଟର ଡିଜାଇନ ପୁରୁଣା ୧୦୦ ଟଙ୍କିଆ ନୋଟ ପରି ରହିବ। ଏହାର ସାଇଜ ୬୬ ଏମଏମ ଇନଟୁ ୧୪୨ ଏମଏମ ରହିବ। ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ  କହିଛି ଯେ ବଜାରରେ ଯେତେ ପୁରୁଣା ୧୦୦ ଟଙ୍କିଆ ନୋଟ୍ ରହିଛି ତାହା ମଧ୍ୟ ପ୍ରଚଳନରେ ରହିବ। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଏହି ନୂତନ ନୋଟ୍ ଜାରି ହେବା ପରେ ଏହାର ଯୋଗାଣକୁ ଦ୍ରୁତ ଗତିରେ ବୃଦ୍ଧି କରାଯିବ।

ନୋଟରେ ଦେବନାଗରୀରେ ୧୦୦ ଲେଖା ହୋଇଛି।

– ନୋଟର କେନ୍ଦ୍ରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଛି।

– ଛୋଟ ଅକ୍ଷରରେ ….., ଭାରତ,… ଓ ୧୦୦ ଲେଖା ଯାଇଛି। 

– ଏହା ବ୍ୟତୀତ ଗ୍ୟାରେଣ୍ଟି କ୍ଲୋଜ, ଗଭର୍ଣ୍ଣରଙ୍କ ହସ୍ତାକ୍ଷର ଓ ମହାତ୍ମା ଗାନ୍ଧୀ ଫଟୋଙ୍କ ଡାହାଣରେ ଆରବିଆଇର ପ୍ରତୀକ ମଧ୍ୟ ରହିଛି।

– ଏହାର ଡାହାଣ ପଟରେ ଅଶୋକ ସ୍ତମ୍ଭ ରହିଛି। 

ନୋଟର ପଛ ପାର୍ଶ୍ଵରେ

– ନୋଟର ପଛ ପାର୍ଶ୍ଵରେ ପ୍ରିଟିଂର ବର୍ଷ ଲେଖାଯାଇଛି। 

– ନୋଟର ପଛ ପାର୍ଶ୍ଵରେ ସ୍ଵଚ୍ଛ ଭାରତର ଲୋଗୋ ରହିଛି। 

– ବିଭିନ୍ନ ଭାଷା ରହିଛି। 

– ଦେବନାଗରୀରେ ୧୦୦ ଲେଖା ଯାଇଛି। 

By Pooja

Related Post