Sat. Apr 25th, 2026

ଏବେ ଭାରତ ଆସିପାରିବେନି ଏହି ୩ ଦେଶର ଯାତ୍ରୀ

284 Views

ନୂଆଦିଲ୍ଲୀ : ମଙ୍ଗଳବାର ଆଫଗାନିସ୍ତାନ, ଫିଲିପାଇନ୍ସ ଏବଂ ମାଲେସିଆରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ୩ ଏସିଆ ମହାଦେଶୀୟ ରାଷ୍ଟ୍ରରୁ ପର୍ଯ୍ୟଯକ ବା ଅନ୍ୟ ଯାତ୍ରୀ ଆସିବା ନେଇ ଆଜିଠାରୁ ହିଁ କଟକଣା ଲାଗୁ ହେବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ଗତ ମାର୍ଚ୍ଚ ୧୧ ଏବଂ ମାର୍ଚ୍ଚ ୧୬ ତାରିଖରେ ମଧ୍ୟ ଟ୍ରାଭେଲ୍‌ ଆଡଭାଇଜରୀ ଜାରି କରାଯାଇଥିଲା। ଆଜି ଜାରି ହୋଇଥିବା ଟ୍ରାଭେଲ୍‌ ଆଡଭାଇଜରୀରେ କୁହାଯାଇଛି ଯେ ଆଫଗାନିସ୍ତାନ, ଫିଲିପାଇନ୍ସ ଏବଂ ମାଲେସିଆରୁ ଭାରତକୁ ଯାତ୍ରୀଙ୍କ ଆସିବା ନେଇ ତୁରନ୍ତ ନିଷେଧରଦେଶ ଜାରି ହୋଇଛି।

ଏଥିରେ କୁହାଯାଇଛି, ଭାରତୀୟ ସମୟ ଅନୁଯାୟୀ ୩ଟା ପରେ ପରେ ଏହି ଦେଶଗୁଡିକରୁ ଭାରତକୁ କୌଣସି ବିମାନ ଉଡ଼ିବ ନାହିଁ | ପ୍ରାଥମିକ ଉଡ଼ାଣ ସମୟରେ ହିଁ ଏଭଳି କଟକଣା ଲଗାଯିବ। ଏହି ନିଷ୍ପତ୍ତି ସାମୟିକ ଭାବେ ନିଆଯାଇଛି ଏବଂ ମାର୍ଚ୍ଚ ୩୧ ପରେ ଏନେଇ ପୁଣି ବିଚାର କରାଯିବ ବୋଲି କୁହାଯାଇଛି।

ଦେଶରେ କରୋନା ଭାଇରସ୍‌ର ପ୍ରକୋପ ବଢ଼ିବାରୁ ସରକାର ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୩୧ଯାଏ ୟୁଏଇ ଦେଶ, ତୁର୍କୀ ଏବଂ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ସୋମବାର ଏହି ନିଷ୍ପତ୍ତି ନିଆଯାଇଛି।

By amfnews

Related Post