Tue. Sep 29th, 2026

ଏବେ ଆମେରିକା ଲଗାଇପାରେ ପାକିସ୍ତାନୀ ଭିସା ଉପରେ ବ୍ୟାନ୍‌

438 Views

ଓ୍ଵାଶିଂଟନ: ଅବୈଧ ନାଗରିକ ମାମଲାରେ କଡ଼ା ଆଭିମୁଖ୍ୟ ରଖୁଥିବା ଆମେରିକା ଏବେ ଏହି ଦିଗରେ ପାକିସ୍ତାନକୁ କଡ଼ା ଶିକ୍ଷା ଦେଇପାରେ। ଭିସା ଅବଧି ଶେଷ ହେବା ପରେ ମଧ୍ୟ ଆମେରିକାରେ ରହୁଥିବା ନିଜ ନାଗରିକଙ୍କୁ ନେବାକୁ ପାକିସ୍ତାନ ମନା କରିଦେଇଛି। ଯାହା ପରେ ପାକିସ୍ତାନର ଏହି କାମରେ ଆମେରିକା ତାକୁ ଚେତାବନୀ ଦେଇଛି। ଆମେରିକା କହିଛି କି, ପାକିସ୍ତାନୀଙ୍କ ଭିସା ଉପରେ ରୋକ୍‌ ଲଗାଇପାରେ ଓ ଏହାର ଆରମ୍ଭ ସର୍ବପ୍ରଥମେ ଅଧିକାରୀଙ୍କ ଠାରୁ ହେବ।

ଆମେରିକାର ଏଭଳି ଚେତାବନୀ ପାକିସ୍ତାନ ପାଇଁ ବଡ଼ ଝଟକା କୁହାଯାଉଛି। କାହିଁକି ନା ପାକିସ୍ତାନ ସେହି ଦେଶରେ ସାମିଲ ହୋଇଛି, ଯେଉଁଥିରେ ଆମେରିକାର ଅବୈଧ ନାଗରିକ ସମ୍ପର୍କୀୟ ଆଇନ ଲାଗୁ ହୁଏ। ଏହି ଆଇନ ଅନୁସାରେ, ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିବା ଓ ଭିସା ଅବଧି ଶେଷ ହେବା ପରେ ମଧ୍ୟ ନିଜ ନାଗରିକଙ୍କୁ ଯେଉଁ ଦେଶ ନେବାକୁ ମନା କରୁଛି, ତାଙ୍କ ନାଗରିକଙ୍କୁ ଆମେରିକୀୟ ଭିଜା ଦିଆଯିବ ନାହିଁ। ପାକିସ୍ତାନ ଆମେରିକାର ଏହି ଆଇନର ଅବହେଳା କରି ନିଜ ନାଗରିକଙ୍କୁ ନେବା ପାଇଁ ମନା କରିଦେଇଛି। ଯାହାପରେ ଆମେରିକା ଏହି ଚେତାବନୀ ଦେଇଛି।

By amfnews

Related Post