Sat. Jul 18th, 2026

ଏପ୍ରିଲ ୭ ତାରିଖରେ ରିଲିଜ୍‌ ହୋଇପାରେ ବିଜେପି ନିର୍ବାଚନୀ ଇସ୍ତାହାର

551 Views

ନୂଆଦିଲ୍ଲୀ: ଏପ୍ରିଲ୍‌ ୭ ତାରିଖ, ରବିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ପାରେ। ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ ବହୁ ଶୀର୍ଷସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହି ପାରନ୍ତି।

ବିଜେପିର ୨୦ ଜଣିଆ ସଦସ୍ୟ ବିଶିଷ୍ଟ ଇସ୍ତାହାର କମିଟିର ନେତୃତ୍ୱ ନେଇଛନ୍ତି ସିଂହ ଏବଂ ଏଥିରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ, ନିର୍ମଳା ସୀତାରମଣ, ପୀୟୂଷ ଗୋୟଲ, ରବି ଶଙ୍କର ପ୍ରସାଦ, ମୁଖ୍‌ତାର ଅବ୍ଦାସ ନକଓ୍ଵି ଏବଂ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଦସ୍ୟ ଅଛନ୍ତି। ପାନେଲ୍‌ର ୧୫ଟି ସବ୍‌-କମିଟି ଅଛି।

୨୦୧୪ରେ ବିଜେପି ତା’ର ଇସ୍ତାହାର ‘ସଙ୍କଳ୍ପ ପତ୍ର’ ନଅ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଥମ ଦିନ ଏପ୍ରିଲ୍‌ ୭ ତାରିଖରେ ରିଲିଜ୍‌ ହୋଇଥିଲା। କିନ୍ତୁ, ଏଥର ନିର୍ବାଚନ କମିସନ ନିର୍ଦେଶ ଦେଇଛନ୍ତି କି, ନିର୍ବାଚନର ୪୮ ଘଣ୍ଟା ମଧ୍ୟରେ କୌଣସି ଦଳ ଇସ୍ତାହାର ପ୍ରକାଶ କରି ପାରିବେ ନାହିଁ।

By amfnews

Related Post