Tue. Aug 18th, 2026

ଏପ୍ରିଲ୍‌ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ

262 Views

ନୂଆଦିଲ୍ଲୀ: ୨୦୨୦ ଏପ୍ରିଲ୍‌ ୨୮ ତାରିଖରେ ଏକ ପ୍ରକାଣ୍ଡ ଗ୍ରହାଣୁ ନିରାପଦରେ ପୃଥିବୀ ଅତିକ୍ରମ କରିବ। ଏହାକୁ ଦେଖିବା ନିମନ୍ତେ ଉଭୟ ପେସାଦାର ଏବଂ ସୌଖୀନ ଜ୍ୟୋତିର୍ବିଜ୍ଞାନୀମାନେ କୌତୂହଳୀ ହୋଇ ଉଠିଛନ୍ତି।

ବିଶେଷଜ୍ଞମାନଙ୍କ କହିବା ଆକଳନ ଅନୁସାରେ ଏହି ଗ୍ରହାଣୁର ଓସାର ପ୍ରାୟ ୧. ୮ କିଲୋମିଟର୍‌ ଏବଂ ୪. ୧ କିଲୋମିଟର ଲମ୍ବ ହୋଇପାରେ। ରୋମ୍‌ରେ ଥିବା ‘ଭର୍ଚ୍ୟୁଆଲ୍‌ ଟେଲିସ୍କୋପ୍‌ ପ୍ରୋଜେକ୍ଟ୍‌’ ଏପ୍ରିଲ୍‌ ୨୮ ତାରିଖ ଦିନ ଏହି ଗ୍ରହାଣୁ ଅତିକ୍ରମଣ ଦୃଶ୍ୟକୁ ଅନ୍‌ଲାଇନ୍‌ରେ ପ୍ରସାରଣ କରିବ। କିନ୍ତୁ, ଇଟାଲି ଓ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ କରୋନାଭାଇରସ୍‌ ବ୍ୟାପୀଥିବା କାରଣରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇ ନ ପାରେ।

ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୧୬ ଗୁଣ ଦୂରରେ ଏହି ଗ୍ରହାଣୁ ପୃଥିବୀ ଅତିକ୍ରମ କରିବ। ତଥାପି ଏହା ପୃଥିବୀ ପ୍ରତି ବିପଦ ତାଲିକାଭୁକ୍ତ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହି ଦୂରତା ବଜାୟ ରଖି ଅତିକ୍ରମ କରିଥିବା କୌଣସି ଗ୍ରହାଣୁ ପୃଥିବୀ ପୃଷ୍ଠରେ ଧକ୍କା ଖାଇ ନାହିଁ।

ହାଓ୍ଵାଇରେ ଥିବା ହାଲିଆକାଲା ଅବଜର୍‌ଭେଟରିରେ ଏହି ଗ୍ରହାଣୁକୁ ( ବୈଜ୍ଞାନିକ ନାମ (୫୨୭୬୮) ୧୯୯୮ ଓଆର୍‌୨)  ପ୍ରଥମେ ୧୯୯୮ ମସିହା ଜୁଲାଇ ୨୪ ତାରିଖ ଦିନ ଦେଖାଯାଇ ଥିଲା।

By amfnews

Related Post