Sat. Jul 25th, 2026

ଏନ୍‌ଏସ୍‌ଜି ସୁରକ୍ଷା ବ୍ୟବସ୍ଥାକୁ ଅମିତ ଶାହଙ୍କ ନା

238 Views

ନୂଆଦିଲ୍ଲୀ  :  ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିୟମ ଅନୁସାରେ ଏନ୍‌ଏସ୍‌ଜି କମାଣ୍ଡୋମାନେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତି। ହେଲେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ହେଁ ସେ କୌଣସି ପ୍ରକାରର କମାଣ୍ଡୋଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶାହଙ୍କୁ ଏନ୍‌ଏସ୍‌ଜି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏହି ଭିଭିଆଇ ସୁରକ୍ଷା ବ୍ୟବସ୍ଥାକୁ ଶାହ ପ୍ରତ୍ୟାଖ୍ୟାନ କରିଛନ୍ତି।

ପୂର୍ବଭଳି କେବଳ ସିଆରପିଏଫ୍‌ ଯବାନମାନେ ହିଁ ଶାହଙ୍କୁ ସୁରକ୍ଷା ଯୋଗାଇବେ। ୨୦୧୪ରୁ ଶାହ ସିଆରପିଏଫ୍‌ ଯବାନମାନେ ଯୋଗାଉ ଥିବା ସୁରକ୍ଷା ବଳୟ ମଧ୍ୟରେ ଯା’ଆସ କରୁଛନ୍ତି। ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ରାଜନାଥ ସିଂହଙ୍କୁ ମଧ୍ୟ ଏନ୍‌ଏସ୍‌ଜି କମାଣ୍ଡୋ ସୁରକ୍ଷା ଯୋଗାଇ ଦେଉଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆତଙ୍କବାଦୀମାନେ ଅମିତ ଶାହଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ଏନେଇ ବସିଥିବା କମିଟି ଶାହଙ୍କୁ ଏନ୍‌ଏସଜି କମାଣ୍ଡୋ ସୁରକ୍ଷା ଯୋଗାଇବେ ବୋଲି କହିଥିଲେ। ହେଲେ ଶାହ କେବଳ ସିଆରପିଏଫ୍‌ ଯବାନଙ୍କ ସୁରକ୍ଷା ବଳକୁ ପସନ୍ଦ କରିଥିଲେ। ଶାହଙ୍କୁ ୩ଟି ଶିଫ୍ଟରେ ୧୦୦ ଜଣ ସିଆରପିଏଫ୍‌ ଯବାନ ସୁରକ୍ଷା ଯୋଗାଇ ଦେଉଛନ୍ତି। ଶାହଙ୍କ ପୂର୍ବରୁ ଯେତେ ଜଣ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ସମସ୍ତଙ୍କୁ ଏନ୍‌ଏସ୍‌ଜି କମାଣ୍ଡୋ ସୁରକ୍ଷା ଯୋଗାଉଥିଲେ।

By amfnews

Related Post