Thu. Jun 11th, 2026

ଏନ୍ଏସି ଏସ୍ଟି ହାଇସ୍କୁଲ ୧୯୮୨ ବ୍ୟାଚ୍ର ବନ୍ଧୁମିଳନ

367 Views

ରାଉରକେଲା, ୨୮ା୧୨ : ସେକ୍ଟର-୧ ଏନ୍ଏସି ଏସ୍ଟି ହାଇସ୍କୁଲର ୧୯୮୨ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସ୍ଥାନୀୟ ରାଧିକା ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରରେ ସହର ତଥା ସହର ବାହାରେ ବସବାସ କରୁଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇ ଅତୀତର ସ୍ମୃତିଚାରଣ କରିଥିଲେ । ଦୀର୍ଘ ୩୬ ବର୍ଷ ପରେ ଏହି ବ୍ୟାଚ୍ର ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ଏହି ବ୍ୟାଚ୍ର ୪ ଜଣ ଦିବଙ୍ଗତ ବନ୍ଧୁଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅତୀତର ରୋମନ୍ଥନ ସହ ବେଶ୍ ଖୁସି ମଜ୍ଜା କରିଥିଲେ ବ୍ୟାଚ୍ର ଛାତ୍ରଛାତ୍ରୀମାନେ । ଏଥିସହ ନିଜ ନିଜ ଜୀବନର ଅନୁଭୂତି ସମ୍ପର୍କରେ ଭାବର ଆଦାନପ୍ରଦାନ ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଉରକେଲା, ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତଥା ରାଜ୍ୟ ବାହାର ରହୁଥିବା ବନ୍ଧୁମାନେ ଏଥିରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ରାଜେନ୍ଦ୍ର ମିଶ୍ର, ରଘୁ ଜେନା, ସୁରେଶ ମହାପାତ୍ର, ସୁରେଶ ଗୌଡ, ରଞ୍ଜିତ ଖାଡଙ୍ଗା, ବସନ୍ତ ନାୟକ, ମୃତ୍ୟୁଞ୍ଜୟ ଶତପଥୀ, ଅଶୋକ ବିଶୋୟୀ, ଦୀପକ ମହାନ୍ତି, ପ୍ରଭାତ ମହାପାତ୍ର, ପ୍ରସନ୍ନ ପଟ୍ଟନାୟକ, ସୁକାନ୍ତ ମହାପାତ୍ର, କୃଷ୍ଣ ନାୟକ, ରଞ୍ଜିତ ଦାସ, ଯୋଗେଶ ପାତ୍ର, ହରିହର ପାତ୍ର, ଦମୟନ୍ତୀ, ପ୍ରତିମା, ରୀତା କର, ତରୁଲତା, ବ୍ରହ୍ମୋତ୍ରୀ, ବିଭୀଷଣ ଜେନା, ସତ୍ୟବାଦୀ ମାନସିଂହ, ଶୋଭାଗିନୀ, ରଞ୍ଜିତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି ।

By amfnews

Related Post