Sat. Sep 5th, 2026
268 Views

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରର ଛୁଆଲିବେରନାଠାରେ ପୁଲିସ୍‌ ଏନକାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ବିନୋଦଠାରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଜବତ କରିଛି ପୁଲିସ୍।

ଗତକାଲି ରାତିରେ ବିନୋଦ କୌଣସି ଏକ ଅପରାଧିକ କାର୍ଯ୍ୟ କରିବାକୁ ଛୁଆଲିବେରନା ରାସ୍ତାରେ ଯାଉଥିବା ପୁଲିସ୍‌ ଖବର ପାଇଥିଲା। ଏକ ପୁଲିସ ଟିମ୍‌ ସେଠାରେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ବିନୋଦ ପୁଲିସ୍ ଉପରକୁ ଗୁଳି ଚଳାଇ ଖସି ଯିବାକୁ ପ୍ରୟାସ କରିଥିଲା। ଜବାବରେ ପୁଲିସ୍ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। ବିନୋଦର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ବିନୋଦ ହେଉଛି କୋଇଲା ମାଫିଆ ସୋନୁ ଘୋଷର ସହଯୋଗୀ। ବିନୋଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

By amfnews

Related Post