Sun. Sep 13th, 2026

ଏଥର ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କ ର ପରୀକ୍ଷା ଦେବେ ପରୀକ୍ଷାର୍ଥୀ : ସମୀର ଦାଶ

602 Views

ଭୁବନେଶ୍ୱର, ଜାନୁଆରୀ 3 : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କ ର ପ୍ରଶ୍ନ ରହିବ ।  କରୋନା କଟକଣା କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେଣୁ ଏଥର ପରୀକ୍ଷାରେ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡ଼ିବ ।  କିନ୍ତୁ ପରୀକ୍ଷାଫଳ ପ୍ରକାଶ କରାଯିବା ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ । ୮୦ରୁ ରଖିଥିବା ମାର୍କକୁ ଭିତ୍ତି କରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।   

କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ। କିନ୍ତୁ ବାକି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢ଼ା ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରୀ ୮ରୁ ଏପ୍ରିଲ ୨୬ତାରିଖ ପର୍ଯ୍ୟନ୍ତ ପାଠପଢ଼ା ହେବ ।  ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଓ ରବିବାର  ମିଶାଇ ୧୦୦ ଦିନ ପାଠପଢ଼ା ହେବ। 

By amfnews

Related Post