Fri. Jul 24th, 2026

ଏଥର ଖସିପାରିଲାନି, ଗୁଳି ଖାଇଲା ଶିବା

231 Views

ରାୟଗଡ଼ା : ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍‌କାଉଣ୍ଟର୍। ଆଜି ବଢ଼ି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢ଼ଉ କରିଥିଲା ପୁଲିସ। ତେବେ ଏହି ସମୟରେ ପୁଲିସ୍‌ ଉପରକୁ ଗୁଳି ଚଲାଇଥିଲା ସେ। ଯାହାର ଜବାବ ଦେଇଥିଲା ରାୟଗଡ଼ା ଟାଉନ ଥାନା ପୁଲିସ୍‌।

ଏହି ଏନ୍‌କାଉଣ୍ଟରରେ ଶିବାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି । ଶିବା ନାଁରେ ରାୟଗଡ଼ା ଓ ଅନ୍ୟ ଜିଲ୍ଲାରେ ୫୦ରୁ ଅଧିକ ମାମଲା ରହିଛି। ନିକଟରେ ସୁବର୍ଣ୍ଣପୁରରେ ଯୁବକଙ୍କୁ ଅପହରଣ ମାମଲାରେ ବି ଶିବାର ସଂପୃକ୍ତି ଥିବା ଅଭିଯୋଗ ରହିଛି ।

By amfnews

Related Post