Fri. Jul 3rd, 2026

ଏଥର କେବଳ ଆମେଥିରୁ ନୁହେଁ, ବରଂ ଏହି ଦୁଇଟି ଆସନରୁ ବି ଲଢିପାରନ୍ତି ରାହୁଲ ଗାନ୍ଧୀ!

350 Views

ମୁମ୍ବାଇ, ଜାନୁଆରୀ ୨୨ : ୨୦୧୯ ଲୋକସଭା ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ଗତିବିଧି ବି ସେତେ ଚଳଚଞ୍ଚଳ ହେଉଛି। କଂଗ୍ରେସ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି। ଏହି ସମୟ ଭିତରେ ଏକ ଖବର ଆସିଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଗୋଟିଏ ନୁହେଁ,ବରଂ ତିନିଟି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।ଏଥିମଧ୍ୟରୁ ପ୍ରଥମଟି ହେଲା ଆମେଥି,ଯେଉଁଠାରୁ ସେ ଏବେ ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟ ଦୁଇଟି ସିଟ୍‌ ମଧ୍ୟରୁ ଗୋଟିଏ ହେଉଛି ମହାରାଷ୍ଟ୍ରର ନାନ୍ଦଡେ। ଏହା ହେଉଛି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ନିଜ ଅଞ୍ଚଳ। ଏହାଛଡ଼ା ମଧ୍ୟପ୍ରଦେଶର ଏକ ସୁରକ୍ଷିତ ସ୍ଥାନ ମଧ୍ୟ ଖୋଜୁଛନ୍ତି ରାହୁଲ ଗାନ୍ଧୀ।


ନିକଟରେ ଅଶୋକ ଚୌହାନ କହିଛନ୍ତି ଯେ,ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନାନ୍ଦଡେରୁ ପ୍ରାର୍ଥୀ ହେବେ ବୋଲି ବିଚାର କରନ୍ତି,ତେବେ ଏଥିପାଇଁ ସ୍ୱାଗତ କରାଯିବ। ୨୦୧୪ ଲୋକସଭା ନିର୍ବାଚନରେ ଏହି ଆସନରୁ ଅଶୋକ ଚୌହାନ ବିଜୟୀ ହୋଇଥିଲେ।ସେ ଏଥର ବିଧାନସଭା ନିର୍ବାଚନ ପାଇଁ ସକ୍ରିୟତା ଦେଖାଇବେ,ଏଣୁ ବିଧାନସଭା ପାଇଁ ପ୍ରାର୍ଥୀ ହେବେ ବୋଲି ଅଶୋକ କହିଛନ୍ତି। ସେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜଣେ ପ୍ରମୁଖ ଦାବିଦାର୍‌। ଅପରପକ୍ଷରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ନିଜ ରାଜ୍ୟରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ଏଥିଲାଗି ଆସନ ଖୋଜା ଚାଲିଛି ।

By amfnews

Related Post