Sat. May 16th, 2026

ଏଣିକି ଜନସେବା କେନ୍ଦ୍ରରେ ରୋଷେଇ ଗ୍ୟାସ

290 Views

ଅନୁଗୁଳ, ଜାନୁଆରୀ ୦୫ : ଆଉ ରୋଷେଇ ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ବିିତରକଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଲୋକେ ରୋଷେଇ ଗ୍ୟାସ ପାଇପାରିବେ। ଅନୁଗୁଳ ଜିଲ୍ଲାରୁ ଏହି ଯୋଜନା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ପାଇଲଟ୍ ପ୍ରକଳ୍ପ ଜିଲ୍ଲାର ବଡ଼କେରା ଜନସେବା କେନ୍ଦ୍ରରୁ ଆରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ନୋଡାଲ ଅଫିସର ଆଶିଷ କୁମାର କହିଲେ, ଜନସେବା କେନ୍ଦ୍ରଗୁଡ଼ିକରୁ ୩ଟି ଯାକ କଂପାନି ଆଇସିଏଲ୍, ବିପିସିଏଲ୍ ଓ ଏଚ୍‌ପିସିଏଲ୍‌ର ‌ରୋଷେଇ ଗ୍ୟାସ୍ ଉପଲବ୍ଧ ହେବ। ପ୍ରତି ଜନସେବା କେନ୍ଦ୍ରକୁ ଏକ ସଂଗରେ ୭ଟି ଲେଖାଏଁ ରୋଷେଇ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ। ସର୍ବାଧିକ ଶହେ କିଲୋଗ୍ରାମ ପର୍ଯ୍ୟନ୍ତ ରୋଷେଇ ଗ୍ୟାସ୍ ରଖିବା ପାଇଁ ପ୍ରତ୍ୟେକ ଜନସେବା କେନ୍ଦ୍ରକୁ ଅନୁମତି ଦିଆଯାଉଛି। ଅନୁଗୁଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ସଫଳତା ମିଳିଲେ, ଦେଶ ଅନ୍ୟ ଅଂଚଳରେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

By amfnews

Related Post