Sat. Oct 17th, 2026

ଏଣିକି ଅନ୍‌ ଲାଇନରେ ପାଠ ପଢ଼ିବେ ଦଶମ ଛାତ୍ରଛାତ୍ରୀ

205 Views

ଭୁବନେଶ୍ୱର  :   କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ,  କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ହେଲେ ଘରେ ରହିବା ସତ୍ତ୍ୱେ  ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର।

ଏଣିକି ଅନଲାଇନରେ ପାଠ ପଢ଼ିବେ ଦଶମ ଛାତ୍ରଛାତ୍ରୀ।  ଏପ୍ରିଲ ୧୪ ପରେ ଏହା ଆରମ୍ଭ  ହୋଇଯିବ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢିବା ଲାଗି କୁହାଯିବ।  ହେଲେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ କମ୍ଫ୍ୟୁଟର ଥିବ ସେମାନେ ଏହାଦ୍ୱାରା  ଉପକୃତ  ହୋଇପାରିବେ।

ଅନଲାଇନ୍ ପାଠପଢା ନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଗାଇଡ କରିବେ। ଏଥିନିମନ୍ତେ ସେମାନଙ୍କୁ କୁହାଯିବ ବୋଲି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ।

ଏବେ ରାଜ୍ୟର ସରକାରୀ ସ୍କୁଲରେ ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ରହିଛି। ଉକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେଉଁମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ସେ ନେଇ ଲକ୍‌ଡାଉନ୍ ଖୋଲିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

By amfnews

Related Post