Thu. Jul 30th, 2026

ଏଟିଏମ୍‌ରେ ଗଣଦୁଷ୍କର୍ମ, ୨ ଗିରଫ

216 Views

କଟକ , ୨୦/୧୧: କଟକର କଲେଜ ଛକ ଏଟିଏମ୍‌ରେ ହୋଇଥିବା ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଛି। ଏଭଳି ଅଭିଯୋଗ ଆଣିଥିବା ମହିଳାଙ୍କ ବାପା-ମା’ ଉଭୟ ପୂର୍ବତନ ପୁଲିସ ଅଧିକାରୀ ବୋଲି କୁହାଯାଉଛି। ସେ ଉତ୍ତର ପ୍ରଦେଶର ଆଲିଗଡରେ ବିବାହ କରିଥିଲେ ଏବଂ ପରିବାର ଛାଡ଼ି ଏବେ ପୁରୀରେ ରହୁଥିଲେ।

ଅନ୍ୟପଟେ ଏହି ମହିଳା ଜଣକ ୧୦ ମାସ ଭିତରେ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଏଭଳି ୬ଟି ଅସଦାଚରଣ, ଲୁଟ୍‌ ଓ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ପୁଲିସ କହିଛି। କଟକ ଡିସିପି ଅଖିଳେଶ୍ବର ସି˚ହ ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମହିଳା ଜଣକ ଯାହା ଅଭିଯୋଗ କରିଛନ୍ତି, ପ୍ରକୃତରେ ସେୟା ଘଟିନାହିଁ। ସେ ସବୁ ଘଟଣାର ପୁଲିସ ତଦନ୍ତ କରୁଛି। ପ୍ରକୃତ ଘଟଣା ଖୁବ ଶୀଘ୍ର ସାମ୍‌ନାକୁ ଆସିବ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ ଗତ ୧୭ ତାରିଖ ରାତିରେ ତାଙ୍କୁ ଦୁଇ ଜଣ ଯୁବକ କଲେଜ ଛକ ଏଟିଏମରେ ଗଣ ଦୁଷ୍କର୍ମ କରିବା ସହିତ ଯୋବ୍ରା ବ୍ୟାରେଜ ନିକଟରେ ଛାଡ଼ି ପଳାଇଥିଲେ। ସେ ମାଲ୍‌ଗୋଦାମ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଘରୋଇ ବ୍ୟାଙ୍କ ଏଟିଏମ୍‌ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା କନ୍ଦରପୁର ଅଞ୍ଚଳର ଦୀପକ ବେହେରା(୨୪) ଏବ˚ ତାଙ୍କ ବନ୍ଧୁ ବାଙ୍କୀ ବିଲିପଡ଼ାର ପ୍ରଭାତ ରାଉତ। କଟକ ରେଳ ଷ୍ଟେସନରୁ ସଂପୃକ୍ତ ମହିଳାଙ୍କୁ ବାଇକ୍‌ରେ ଆଣୁଥିବା ସମୟରେ ଦେଖିଥିବା ଦୁଇ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସିଆର‌୍‌ପିସିର ଧାରା ୧୬୪ରେ ରେକର୍ଡ କରାଯାଇଛି। ଅନ୍ୟପଟେ ସମ୍ପୃକ୍ତ ବ୍ୟାଙ୍କ ଏଟିଏମ୍‌ରେ ଖଞ୍ଜା ଯାଇଥିବା ସିସି କ୍ୟାମେରା ଫୁଟେଜ୍‌ ଜବତ କରିବାକୁ ପୁଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଛି।

By amfnews

Related Post