Thu. Jun 25th, 2026

ଏକ ତରଫା ପ୍ରେମ: ବିଫଳ ହେବାରୁ କଲେଜ ଛାତ୍ରୀଙ୍କ ତଣ୍ଟି କାଟିଲା ଯୁବକ

343 Views

ବ୍ରହ୍ମପୁର, ନଭେମ୍ବର ୦୧: ପ୍ରେମରେ ବିଫଳ ହେବାରୁ ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ବ୍ଲେଡରେ ତଣ୍ଟି କାଟି ଦେଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ କଙ୍କୋରଡା କଲେଜର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ନିଜ ଗାଁରେ ଏକ ଗ୍ରାହକ ସେବା କେନ୍ଦ୍ରରେ କାମ କରନ୍ତି। ସୁଯୋଗ ପାଇଁ ହତାଶ ପ୍ରେମିକ ଆଜି ଅପରାହ୍ନରେ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ପରେ ଯୁବତୀଙ୍କୁ ହିଞ୍ଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଯୁବତୀଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯୁବକ ସୁରତ ଅଞ୍ଚଳରେ ଏକ କମ୍ପାନୀରେ କାମ କରୁଥିଲା। କିଛି ମାସ ପୂର୍ବରୁ ସେ ଗାଁକୁ ଫେରିଥିଲା। ଏହାରି ଭିତରେ କଲେଜ ଛାତ୍ରୀଙ୍କୁ ଏକ ତରଫା ଭଲ ପାଇଥିଲା କିନ୍ତୁ ବିପରୀତ ପକ୍ଷରୁ ସମର୍ଥନ ମିଳୁ ନଥିବାରୁ ପ୍ରତିଶୋଧ ପରାୟଣ ହୋଇ ଆଜି ଆକ୍ରମଣ କରିଥିଲା। ଘଟଣା ପରେ ସେ ବାଇକ୍‌ରେ ଫେରାର ହୋଇ ଯାଇଥିଲା।

By amfnews

Related Post