Sat. Jun 13th, 2026

ଏକ୍ସପାଏରୀ ଔଷଧ ଖାଇ ମହିଳା ମୃତ

286 Views

ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଟେମୃପାଲି ପଞ୍ଚାୟତ ଅଧୀନ ପଇକିଗୁଡ଼ା ଗ୍ରାମରେ ଶନିବାର ଏକ୍ସପାଏରି ଔଷଧ ଖାଇ ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଡମ୍ବରୁ ମାଡ଼କାମୀଙ୍କ ସ୍ତ୍ରୀ ମାସେ ମାଡ଼କାମୀ (୩୫)। କିଛିଦିନ ତଳେ ମାସେଙ୍କୁ ପ୍ରବଳ ଜ୍ବର ହୋଇଥିଲା। ବାରମ୍ବାର ଜ୍ବର ହେଉଥିବାରୁ ସେ କିଆଙ୍ଗରୁ ଜ୍ବର ଔଷଧ ନେଇ ଖାଇଥିଲେ। କିନ୍ତୁ ଉକ୍ତ ଔଷଧ ଏକ୍ସପାଏରି ହୋଇଯାଇଥିଲା। ମାସେ ବିଶାକ୍ତ ଔଷଧ ଖାଇଥିବାରୁ ପାଟିରୁ ଫେଣ ବାହାରିବା ସହିତ ଗୁରୁତର ହୋଇପଡ଼ିଥିଲେ। ପରେ ପରିବାରଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ବେ ତାଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏ ନେଇ ତଦନ୍ତ ଜାରି ରହିଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ମାଥିଲି ଥାନା ଆଇଆଇସି ଜନ ଖୁଜୁର କହିଛନ୍ତି ।

By amfnews

Related Post