Thu. Jun 25th, 2026

ଏଆଇସିସି ଘୋଷଣା କଲା ୩୩ ଜିଲ୍ଲା ସଭାପତିଙ୍କ ନାମ

433 Views

ଭୁବନେଶ୍ୱର, ଜୁନ ୯ : ଜିଲ୍ଲା ସ୍ତରରେ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ପାଗ ଭିଡିଲା ରାଜ୍ୟ କଂଗ୍ରେସ । ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଗସ୍ତ କରି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ  ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଭିନ୍ନ ଜିଲ୍ଲାରେ ଭୁଷୁଡି ପଡିଥିବା କଂଗ୍ରେସ ସଙ୍ଗଠନକୁ ପୁନର୍ଜୀବନ ଦେବା ପାଇଁ ତଥା ସାଙ୍ଗଠନିକ ସ୍ଥିତିକୁ ସୁଦ୍ରୁଢ କରିବା ପାଇଁ ୩୩ଜଣ ନୂତନ ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହ ୪୩ଜଣ କାର୍ଯ୍ୟକାରୀ ଜିଲ୍ଲା ସଭାପତିଙ୍କୁ ମଧ୍ୟ ନିଯୁକ୍ତ କରିଛି ଦଳ ।

ବରଗଡ ଜିଲ୍ଲା ପାଇଁ ଜିଲ୍ଲା ସଭାପତି ଭାବେ ସତ୍ୟଭୁଷଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଦେଓଗଡ ପାଇଁ ଉମାକାନ୍ତ ସାହୁ, ଅନୁଗୁଲ ପାଇଁ ବିପ୍ଳବ ଜେନା, ଢେଙ୍କାନାଲ ପାଇଁ ସୁରେଶ ପାଣିଗ୍ରାହୀଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବଲାଙ୍ଗିରରେ ଦିଲୀପ କୁମାର ବେହେରା, ସୋନପୁରରେ ଶଙ୍କର ଦାଶ, ମୟୁରଭଞ୍ଜରେ ହେମନ୍ତ ଦାଶ, ସୁନ୍ଦରଗଡରେ ବେଣୁମାଧବ ତ୍ରିପାଠୀ, ରାଉରକେଲାରେ ରବି ରାୟ ଏବଂ ସମ୍ବଲପୁରରେ ଆଶ୍ୱିନୀ ଗୁରୁଙ୍କୁ ଦାୟିତ୍ୱ ଦିଆଯାଇଛି ।

ଆହୁରି ମଧ୍ୟ କେନ୍ଦୁଝର ପାଇଁ ମୋହନ ପରିଡା, ନୟାଗଡ ପାଇଁ ରଞ୍ଜିତ ଦାଶ, ପୁରୀ ପାଇଁ ସତ୍ୟବ୍ରତ ପାତ୍ର, ବାଲେଶ୍ୱର ପାଇଁ ସରତ ଦାଶ, ଯାଜପୁର ପାଇଁ ମନୋଜ ରାଉତଙ୍କୁ ସଭାପତିଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଭଦ୍ରକ ଜିଲ୍ଲା ପାଇଁ ଅଶୋକ ଦାଶ, କେନ୍ଦ୍ରାପଡା ପାଇଁ ଚିନ୍ମୟ ବେଉରା, ଜଗତସିଂପୁର ପାଇଁ ନଟବର ନାୟକ, ଭୁବନେଶ୍ୱର ପାଇଁ ମାନସ ରାଉତରାୟ, କଟକ ସଦର ପାଇଁ ମହମ୍ମଦ ମୋକିମ, କଟକ ଜିଲ୍ଲା ପାଇଁ ଗୁରୁପଦ ନନ୍ଦ ଏବଂ ଝାରସୁଗୁଡା ପାଇଁ ଗିରୀଶ ପରିଡାଙ୍କୁ ଚୟନ କରିଛି ଦଳ ।

ସେହିପରି ମାଲକାନଗିରି ଜିଲ୍ଲାରେ ଗୋବିନ୍ଦ ପାତ୍ର, ରାୟଗଡାରେ ଦୁର୍ଗା ପ୍ରସାଦ ପଣ୍ଡା, କଳାହାଣ୍ଡିରେ ଭରତ ବିମଲ, ନୂଆପଡାରେ ଘାସିରାମ ମାଝି, ଗଜପତି ପାଇଁ ବିଭୁତି ପାତ୍ର, କନ୍ଧମାଳ ପାଇଁ ବରୁନ ଭୋଇଙ୍କ ନାମରେ ମୋହର ମାରିଛି  କଂଗ୍ରେସ । ବଉଦ,ଗଞ୍ଜାମ ଏବଂ କୋରାପୁଟର ଜିଲ୍ଲା ସଭାପତିଭାବେ ଯଥାକ୍ରମେ ସୁଧିର ମୋହାକୁଡ, ତ୍ରିନାଥ ବେହେରା ଏବଂ ମିନାକ୍ଷୀ ବାହିନୀପତିଙ୍କ ନାମ ଚୟନ କରାଯାଇଛି ।

By Pooja

Related Post