Fri. Sep 11th, 2026

ଋଷର କରୋନା ଟୀକା ସ୍ପୁଟନିକ ଭିର ଅନୁମୋଦନକୁ ପ୍ରତ୍ୟାଖାନ କଲା ବ୍ରାଜିଲ

255 Views

ନୂଆଦିଲ୍ଲୀ, ଜାନୁଆରୀ ୧୭ : ଋଷର କରୋନା ଟିକା ସ୍ପୁଟନିକ-ଭିର ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ (ଅନୱିସା) ଫାର୍ମାସ୍ୟୁଟିକାଲ୍ କମ୍ପାନୀ ୟୁନିଭୋ କ୍ୟୁମିକାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ଅନୱିସା ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଋଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ସହିତ ମିଳିତ ଆବେଦନ କରିଛି। ନିର୍ଦ୍ଦିଷ୍ଟ ଏବଂ ସର୍ବନିମ୍ନ ଯୋଗ୍ୟତା ଅଭାବରୁ ଆବେଦନ ଅନୁମୋଦନ ମିଳିପାରିନି  ।

ଟୀକାକରଣର ଜରୁରୀକାଳୀନ ବ୍ୟବହାର ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ଦେବାକୁ କୌଣସି ସୂଚନା ଦିଆଯାଇ ନାହିଁ। ଏହା ବ୍ୟତୀତ ଅନୱିସାର ଜୈବିକ ଉତ୍ପାଦନ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ସଦସ୍ୟଙ୍କ ସହ ବୈଠକରେ ଅନିୟମିତତା ଚିହ୍ନଟ ହୋଇଛି। ସୂଚନାଯୋଗ୍ୟ ଯେ ୟୁନିଭୋମୋ କ୍ୟୁମିକା ମଧ୍ୟ ଚଳିତ ମାସ ଆରମ୍ଭରେ ବ୍ରାଜିଲରେ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ଆରମ୍ଭ କରିଥିଲା।

By amfnews

Related Post