Thu. Aug 20th, 2026

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିଥିବା ଟ୍ରକ୍ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା

299 Views

ନୂଆଦିଲ୍ଲୀ: ରାଏବରେଲିରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିଥିବା ଟ୍ରକ୍ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ୍। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁଷ୍କର୍ମ ପୀଡିତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକର ମାଲିକ ହେଉଛନ୍ତି ସମାଜବାଦୀ ପାର୍ଟିର ନେତା ନନ୍ଦୁ ପାଲଙ୍କ ବଡ଼ ଭାଇ ଦେବେନ୍ଦ୍ର ପାଲ । ଗତକାଲି ଏହି ଘଟଣାପରେ ନିଜ ଘରେ ତାଲା ପକାଇ ଦେବେନ୍ଦ୍ର ପାଲ ଫେରାର୍ ହୋଇଯାଇଥିବା ବି ପୁଲିସ୍ କହିଛି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ ତାଙ୍କର ପରିବାର ସମାଜବାଦୀ ପାର୍ଟିରେ ରହି ଦୀର୍ଘଦିନ ଧରି ରାଜନୀତିରେ ସକ୍ରିୟ ଥିବା ଜଣାଯାଇଛି। ଦେବେନ୍ଦ୍ର ପାଲଙ୍କର ବହୁ ଟ୍ରକ୍ ରହିଛି । ସେ ବହୁ ବର୍ଷ ଧରି ଟ୍ରକ ବ୍ୟବସାୟ କରି ଆସୁଛନ୍ତି । ଦେବେନ୍ଦ୍ରଙ୍କ ଭାଉଜ ବହୁଆ ଜଣେ ବ୍ଲକ ଅଧ୍ୟକ୍ଷ । ତେବେ ଏହି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଫତେହପୁର ଜନପଦରେ ରହନ୍ତି । ଅଭିଯୁକ୍ତ ଅମିତ ପାଲ ୨ ବର୍ଷ ହେଲା କିଶୋର ପାଲଙ୍କ ଟ୍ରକ ଚଳାଇ ଆସୁଥିଲେ ବୋଲି ଉନ୍ନାଓ ଏସପି ମାଧବ ପ୍ରସାଦ ବର୍ମା ସୂଚନା ଦେଇଛନ୍ତି।

ଟ୍ରକର ନମ୍ବର ପ୍ଲେଟରେ କଳା ବୋଳା ହୋଇଥିବାରୁ ଗାଡ଼ିର ନମ୍ବର ଜଣାପଡ଼ି ନଥିଲା ବୋଲି ସେ ସୂଚନା ଦେଇଛନ୍ତି। ଏବେ ଟ୍ରକର ମାଲିକ ଦେବେନ୍ଦ୍ର ପାଲଙ୍କୁ ପୁଲିସ୍ ଧରିବାଲାଗି ତନାଘନା ଚଳାଇଛି ବୋଲି ଉନ୍ନାଓ ଏସପି ମାଧବ ପ୍ରସାଦ ବର୍ମା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ  ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା‌ ମାମଲାରେ ଗତକାଲି  ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର, ତାଙ୍କ ଭାଇ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ରାଏବରେଲିର ଗୁରୁବକ୍ସଗଞ୍ଜ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।

By amfnews

Related Post