Fri. Apr 24th, 2026

ଉତ୍ତର ପ୍ରଦେଶ ରାଲିରେ କାନ୍ଦି ପକାଇ ଏସ୍‌ପି ନେତା ଆଜମ୍‌ ଖାଁ କହିଲେ ମୋ ପ୍ରତି ଆତଙ୍କବାଦୀଙ୍କ ଭଳି ଆଚରଣ କରାଯାଉଛି

346 Views

ରାମପୁର: ତାଙ୍କ ପରିଚିତ ଲୋକ ଓ ସମର୍ଥକମାନଙ୍କ ଉପରେ ପ୍ରଶାସନ ଯୋର୍‌ଦାର୍‌ ଚଢ଼ାଉ କରୁଛି ବୋଲି ଅଭିଯୋଗ କରିବା ସହ ଭାବବିହ୍ଵଳ ହୋଇ କାନ୍ଦି ପକାଇଲେ ସମାଜବାଦୀ ନେତା ଆଜମ ଖାଁ।

ମୋ ପ୍ରତି ଏମିତି ବ୍ୟବହାର କରାଯାଉଛି ସତେ ଅବା ମୁଁ ଗୋଟାଏ ଦେଶ ବିରୋଧୀ କିଂବା ବିଶ୍ୱାସଘାତ। ବିଶ୍ୱର ଗୋଟାଏ କୁଖ୍ୟାତ ଆତଙ୍କବାଦୀଙ୍କ ଭଳି ସେମାନେ ମୋ ପ୍ରତି ବ୍ୟବହାର କରୁଛନ୍ତି। ଯଦି ତାଙ୍କ କ୍ଷମତା ଭିତରେ ଥାଆନ୍ତା ପ୍ରଶାସନ ମୋତେ ଗୁଳି ମାରି ହତ୍ୟା କରି ସାରନ୍ତାଣି ବୋଲି ଶୁକ୍ରବାର ଦିନ ରାମପୁର ଠାରେ ସର୍ବସାଧାରଣ ରାଲିରେ କହିଛନ୍ତି।

ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନଙ୍କ ତିନି ଦିନ ନିଷେଧାଦେଶରୁ ଜଣାପଡୁଛି ସେମାନେ କ’ଣ କରିବାକୁ ଚାହାନ୍ତି। ନିଷିଦ୍ଧ ସମୟରେ ମୁଁ କୁଆଡ଼େ ଯାଇ ପାରିଲି ନାହିଁ, କାହାକୁ ଭେଟି ପାରିଲି ନାହିଁ, କୌଣସି ରାଲି ଓ ସର୍ବସାଧାରଣ ସଭାରେ ଅଂଶଗ୍ରହଣ କରି ପାରିଲି ନାହିଁ ବୋଲି ସେ କହିଛନ୍ତି।

ଖାଁ ଆହୁରି ଅଭିଯୋଗ କରିଛନ୍ତି ଯେ ରାମପୁରକୁ ସେନାଛାଉଣୀ କରାଯାଇଛି।

ଇଏ କି ପ୍ରକାରଣ ଗଣତନ୍ତ୍ର। ରାମପୁରରେ ପ୍ରଶାସନ ଆତଙ୍କରାଜ ଚଳାଇଛି। ମୋତେ ଶ୍ରଦ୍ଧା କରୁଥିବା ଓ ମୋ ପତାକା ଲଗାଇଥିବା ଲୋକମାନଙ୍କ ଘରର ତାଲା ଭାଙ୍ଗା ଯାଇଛି ଓ ସେମାନଙ୍କ ପରିବାରର ମହିଳାମାନଙ୍କ ସହ ଦୁର୍ବ୍ୟବହାର କରାଯାଇଛି। ଏପ୍ରିଲ୍‌ ୧୫ ତାରିଖ ଦିନ ଏକ ସର୍ବସାଧାରଣ ରାଲିରେ ଖାଁ ଜୟପ୍ରଦାଙ୍କ ବିରୋଧରେ ସମ୍ମାନହାନୀଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ଉପରେ ନିଷେଧାଜ୍ଞା ଜାରି ହୋଇଥିଲା।

By amfnews

Related Post