Mon. Jul 27th, 2026

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ

166 Views

ମୋରି : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଉତ୍ତରାଖଣ୍ଡର ମୋରିରେ ବାଦଲ ଫାଟି ଯାଇଥିଲା | ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା | ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ସେହିପରି ଏହି ଘଟଣାକୁ ନେଇ ଅର୍ଥ ସଚିବ ଅମିତ ନେଗୀ ସ୍ଥିତିର ସମୀକ୍ଷା କରିଛନ୍ତି | ସେହିପରି ଉଦ୍ଧାର କାର୍ଯ୍ୟରେ ଏବେ ଏନଡିଆରଏଫକୁ ସାମିଲ କରାଯାଇଛି |

ଏହି ଜିଲ୍ଲାର ମୋରି ତହସିଲ, ଆରାକୋଟ, ଚିକୋଟି ସମେତ ଅନ୍ୟ କେତେକ ଅଂଚଳରେ ବାଦଲ ଫଟା ବର୍ଷା ଯୋଗୁଁ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବନ୍ୟା ପୀଡ଼ିତମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏସ୍‌ଡିଆର୍‌ଏଫ୍‌ କାମ ଆରମ୍ଭ କରିଛି।

ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥ ବିଭିନ୍ନ ସ୍ଥାନରେ ଅବରୋଧ ହୋଇ ରହିଥିବାରୁ ଯାନ ଚଳାଚଳ ବ୍ୟାହତ ହୋଇଛି। କୈଳାସ-ମାନସରୋବର ମାର୍ଗରେ ଭୂସ୍କଳନ ଯୋଗୁଁ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

By amfnews

Related Post