Mon. Aug 17th, 2026

ବସ୍‌-କଣ୍ଟେନର ମୁହାଁମୁହିଁ ଧକ୍କା, ୧୧ ମୃତ

227 Views

ନୂଆଦିଲ୍ଲୀ  : ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶାହାଦା-ଔରାଙ୍ଗବାଦ ରାସ୍ତାର ଦୌଡାଇଚା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବସ୍‌ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ  ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ର କ୍ୟାବିନ୍‌ରେ ଫସି ରହିଥିଲେ। ବସ୍‌ଟି ଔରାଙ୍ଗବାଦ ଯାଉଥିଲା। ବସ୍‌ରେ ୪୫ ଜଣ ଯାତ୍ରୀ ଥିଲେ।

ସୂଚନାଯୋଗ୍ୟ,  ଗତ ମାସରେ ମହାରାଷ୍ଟ୍ରର ପୁନେ-ବେଙ୍ଗାଲୁରୁ ହାଇୱେରେ ଏକ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

By amfnews

Related Post