Sat. Jun 13th, 2026

ଉତ୍ତରପ୍ରଦେଶରେ ଫିଲ୍ମ ସିଟି ନିର୍ମାଣକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ବୈଠକ, ସାମିଲ ହେବେ ଅନେକ ଲୋକପ୍ରିୟ କଳାକାର

401 Views

ଉତ୍ତରପ୍ରଦେଶ, ସେପ୍ଟେମ୍ବର ୨୨ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ବଲିଉଡର ପ୍ରମୁଖ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଉତ୍ତରପ୍ରଦେଶରେ ଫିଲ୍ମ ସିଟି ନିର୍ମାଣ ପାଇଁ ଆଲୋଚନା କରିବେ। ଫିଲ୍ମ ସିଟି ଘୋଷଣା ହେବା ଦିନଠାରୁ ବଲିଉଡ ଚଳଚ୍ଚିତ୍ର ତାରକା ତଥା ନିର୍ମାତା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବାକୁ ବହୁବାର ଚେଷ୍ଟା କରିଛନ୍ତି ।

ଏହି ବୈଠକରେ ପରେଶ ରାୱଲ ଏବଂ ଅନୁପମ ଖେରଙ୍କ ସମେତ ଚଳଚ୍ଚିତ୍ର ଜଗତର ବହୁ ସେଲିବ୍ରିଟି ଯୋଗଦେବେ।

ପ୍ରକାଶ ଥାଉ ଯେ, ଫିଲ୍ମ ସିଟି ନିର୍ମାଣ ଘୋଷଣା ହେବା ପରଠାରୁ ଚଳଚ୍ଚିତ୍ର ଜଗତରୁ ରାଜନୈତିକ ପରିସରରେ ଆଲୋଚନା ଜୋର ଧରିଛି | ଘୋଷଣା ପରେ ହିଁ ଗୋରଖପୁରର ସାଂସଦ ରବି କିଶନ ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ପ୍ରଶଂସା କରିଛନ୍ତି ଯେ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପରି ଏଠାରେ ମଧ୍ୟ ଅନେକ ଫିଲ୍ମସିଟି ରହିବା ଉଚିତ । ଏହା ଏକ ଉତ୍ତମ ନିଷ୍ପତ୍ତି ବୋଲି କହିଛନ୍ତି ।

ଏହା ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧୁର ଭଣ୍ଡାରକର ମଧ୍ୟ ଲକ୍ଷ୍ନୌ ଆସି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ନୋଏଡା, ଗ୍ରେଟର ନୋଏଡା ଏବଂ ଯମୁନା ଏକ୍ସପ୍ରେସୱେ ଅଞ୍ଚଳରେ ଫିଲ୍ମ ସିଟି ନିର୍ମାଣ କରାଯାଇପାରିବ ବୋଲି କୁହାଯାଉଛି।

By amfnews

Related Post