Thu. Jun 11th, 2026

ଉଚ୍ଛେଦ ବନ୍ଦ ଦାବିକୁ ଜିଲ୍ଲାପାଳଙ୍କ ପ୍ରତ୍ୟାଖ୍ୟାନ, ଆଲୋଚନା ବିଫଳ

276 Views

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ସହ ୧୫ ଜଣିଆ ପ୍ରତିନିଧି ଦଳର ଆଲୋଚନା ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ପାଇଁ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କରିଛନ୍ତି ଜିଲ୍ଲାପାଳ ।

ବୈଠକ ପରେ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ କହିଛନ୍ତି,‘ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ। ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଉଥିବାରୁ ଉଚ୍ଛେଦ ନେଇ ସଂପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ରହିଛି।’ ଅନ୍ୟପକ୍ଷରେ ‘ଆବଶ୍ୟକ ପଡ଼ିଲେ ବୁଲଡୋଜର ଆଗରେ ଜୀବନ ଦେବୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମସ୍ୟା ଜଣାଇବୁ’ ବୋଲି କହିଛି ପ୍ରତିନିଧି ଦଳ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରତିବାଦରେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟିଥିଲେ ୧୫ ଜଣିଆ କମିଟି। ଏଥିରେ ସାମିଲ ହୋଇଥିଲେ ପୁରୀ ବିଧାୟକ, ଜଗନ୍ନାଥ ସେନାର ଆବାହକ, ପୂର୍ବରୁ ଉଚ୍ଛେଦ ହୋଇ କ୍ଷତିପୂରଣ ପାଇନଥିବା ବ୍ୟକ୍ତି ଓ ବରିଷ୍ଠ ଓକିଲ।

ସୂଚନାଯୋଗ୍ୟ, ଗତକାଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ଟିମ୍ ଗଢ଼ାଯାଇଥିଲା। କମିଟିରେ ପୂର୍ବରୁ ଉଚ୍ଛେଦ ହୋଇ କ୍ଷତିପୂରଣ ପାଇ ନଥିବା ବ୍ୟକ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓକିଲ ସଂଘ କର୍ମକର୍ତ୍ତା ମଧ୍ୟ ସାମିଲ ଥିଲେ। ଗତକାଲି ଅନୁଷ୍ଠିତ ମହାସମାବେଶରେ ବିଭିନ୍ନ ମଠର ମହନ୍ତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓକିଲ ସଂଘ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

By amfnews

Related Post