Sat. Apr 25th, 2026

ଇସ୍‌ଲାମ୍‌ବାଦରେ ଭାରତୀୟ କୂଟନୈତିଜ୍ଞଙ୍କ ଉପରେ ପାକ ଅଧିକାରୀଙ୍କ ନିର୍ଯାତନା, ଭାରତ ଦେଲା ଚେତାବନୀ

291 Views

ନୂଆଦିଲ୍ଲୀ: ଭାରତ ପକ୍ଷରୁ ପାକିସ୍ତାନର ଇସ୍‌ଲାମ୍‌ବାଦରେ ଭାରତୀୟ କୂଟନୈତିଜ୍ଞଙ୍କୁ ଦିଆଯାଉଥିବା ନିର୍ଯାତନା ନେଇ ପୁଣି ଥରେ ପ୍ରତିବାଦ କରାଯାଇଛି।

ଅଧିକାରୀଙ୍କ  ସୂତ୍ରରୁ ପ୍ରକାଶ, ଭାରତୀୟ ଦୂତାବାସ   ଅଧିକାରୀଙ୍କୁ  ପାକ ପକ୍ଷରୁ ବିଭିନ୍ନ ଭାବେ ନିର୍ଯାତନା ଦିଆଯାଉଥିବା ନେଇ ପାକିସ୍ତାନକୁ ଭାରତ ଚେତାବନୀ ଦେଇଛି। ରାଜଧାନୀ ଇସ୍‌ଲାମ୍‌ବାଦସ୍ଥିତ ଭାରତୀୟ ହାଇ କମିସନ୍‌ର ଅଧିକାରୀଙ୍କ ସହିତ ୮ମାର୍ଚ୍ଚରୁ ୧୧ମାର୍ଚ୍ଚ ପର୍ଯ୍ୟନ୍ତ କରାଯାଇଥିବା ଖରାପ ବ୍ୟବହାରକୁ ନେଇ ଭାରତ ତୁରନ୍ତ ଏହି ମାମଲାର ଯାଞ୍ଚ ଆଦେଶ ଦେଇଛି।

ଭାରତୀୟ ହାଇକମିସନ୍‌ ପାକିସ୍ତାନର ବିଦେଶ ମନ୍ତ୍ରାଳୟକୁ ମାର୍ଚ୍ଚ ୧୩କୁ ‘ନୋଟ ଭର୍ବାଲ’ ଜାରି କରିଛି। ଏହି ନୋଟରେ ଭାରତର ଡେପୁଟି ହାଇକମିସନର, ନୌସେନା ପରାମର୍ଶଦାତା ଓ ପ୍ରଥମ ସଚିବଙ୍କ ସମେତ ଅନେକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସେମାନଙ୍କ ତନଖି ଓ ରାସ୍ତା ରୋକିବା ଭଳି ଘଟଣାକୁ ନେଇ ବିସୃତ ଭାବେ ଆଲୋଚନା କରାଯାଇ ଥିବା କୁହାଯାଇଛି।

ଏଥିସହିତ ମାର୍ଚ୍ଚ ୯ ଓ ୧୦ରେ ପାକିସ୍ତାନ ସିକ୍ୟୁରିଟି ଏଜେନ୍ସି ଦୁଇଜଣ ଅଧିକାରୀ ଲଗାତାର ଡେପୁଟି ହାଇ କମିସନରଙ୍କ ଘର ଉପରେ ନଜର ରଖିଥିଲେ। ଭର୍ବାଲ ନୋଟ ଏକ ପ୍ରକାର କୂଟନୈତିକ ପତ୍ର  (ଡିପ୍ଲୋମେଟିକ୍‌ କମ୍ୟୁନିକେସନ୍‌) ହୋଇଥାଏ। ହାଇକମିସନ୍‌ ତରଫରୁ ଏହି ଘଟଣାର ତୁରନ୍ତ ଯାଞ୍ଚ ପାଇଁ ଦାବି କରାଯାଇଛି।

By amfnews

Related Post