Sat. May 16th, 2026

ଇରାନୀୟ ଡ୍ରୋନ୍‌କୁ ଧ୍ୱଂସ କରିଛି ଆମେରିକୀୟ ନୌସେନା: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

231 Views

ଓ୍ଵାସିଂଟନ୍‌   : ଯୁଦ୍ଧପୋତ ପ୍ରତି ଆତଙ୍କ ସୃଷ୍ଟି କରିଥିବା ଗୋଟାଏ ଇରାନୀୟ ଡ୍ରୋନ୍‌କୁ ଷ୍ଟ୍ରେଟ୍‌ ଅଫ୍‌ ହର୍‌ମୁସ୍‌ ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଧ୍ୱଂସ କରିଥିବା କଥା ଗୁରୁବାର ଦିନ ଯୁକ୍ତରାଷ୍ଟ୍ରଆମେରିକା କହିଛି। କିନ୍ତୁ, ନଷ୍ଟ ହୋଇଥିବା ଡ୍ରୋନ୍‌ ସଂକ୍ରାନ୍ତରେ କୌଣସି ସୂଚନା ପାଇ ନାହିଁ ବୋଲି ଇରାନ୍‌ କହିଛି।

ଏକ ବିବୃତିରେ ପେଣ୍ଟାଗନ୍‌ କହିଛି ଯେ ଆମ୍ଫିବିୟସ୍‌ ଆସଲ୍‌ଟ୍‌ ସିପ୍‌ (ଯୁଦ୍ଧପୋତ) ‘ୟୁଏସ୍‌ଏସ୍‌ ବକ୍ସର୍‌’ ଗୁରୁବାର ସକାଳେ ଷ୍ଟ୍ରେଟ୍‌ ଅଫ୍‌ ହର୍‌ମୋସ୍‌ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଗୋଟାଏ ଡ୍ରୋନ୍‌ ବିରୋଧରେ ପ୍ରତିରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରିଛି।

ପେଣ୍ଟାଗନ୍‌ ମୁଖପାତ୍ରୀ ରେବେକା ରେବାରିକ୍‌ କହିଛନ୍ତି: ଏଇଟା ଇରାନୀୟ ଡ୍ରୋନ୍‌ ବୋଲି ଆମେ ଜାଣିପାରିଛୁ। ଇରାନୀୟ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାବାଦ୍‌ ଜାରିଫ୍‌ ଯୁକ୍ତରାଷ୍ଟ୍ର ଆମେରିକାରେ ସାମ୍ବାଦିକମାନଙ୍କୁ କହିଛନ୍ତି: ଆଜି ଆମର କୌଣସି ଡ୍ରୋନ୍‌ ନଷ୍ଟ ହୋଇଥିବା ଖବର ପାଇ ନାହୁଁ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍‌ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।

By amfnews

Related Post