Sat. May 16th, 2026

ଇରାନର ମିସାଇଲ ମାଡ଼ ପରେ କ’ଣ କହିଲେ ଟ୍ରମ୍ପ

226 Views

ୱାଶିଂଟନ: ଇରାକରେ ଥିବା ଆମେରିକା ଏୟାର ବେସ ଉପରେ ଇରାନର ମିସାଇଲ ମାଡ଼ ପରେ ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚି ଯାଇଛି। ଇରାନ ମିସାଇଲ ମାଡ଼ କରିବା କ୍ଷଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରଣହୁଙ୍କାର ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ଅଲ ଇଜ୍‌ ୱେଲ!ଇରାକରେ ଥିବା ଦୁଇଟି ଏୟାର ବେସ ଉପରେ ଇରାନ ମିସାଇଲ ମାଡ଼ କରିଛି। ଏବେ ମିସାଇଲ ମାଡ଼ରେ କ୍ଷୟକ୍ଷତି ଓ ମୃତାହତଙ୍କ ସଂଖ୍ୟା ଆକଳନ କରାଯାଉଛି। ସୋ ଫାର ସୋ ଗୁଡ୍‌। ଆମ ପାଖରେ ସବୁଠାରୁ ଶକ୍ତିଶାଳୀ ଓ ଦକ୍ଷତା ସମ୍ପନ୍ନ ସେନା ବାହିନୀ ରହିଛି। ବର୍ତ୍ତମାନ ସୁଦ୍ଧା ଆମ ଦେଶ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ। ମୁଁ ଆସନ୍ତାକାଲି ଆଉ ଏକ ବିବୃତି ଜାରି କରିବ।”

ଟ୍ରମ୍ପଙ୍କ ଟ୍ୱିଟରୁ ଏକଥା ସ୍ପଷ୍ଟ ଯେ ଆମେରିକା ବଡ଼ ଧରଣର ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ତେବେ ଟ୍ରମ୍ପ ଏନେଇ ଆଜି କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ହେଲେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି, ଇରାନର ସବୁ ହମଲାର ଜବାବ ଦେବାକୁ ଆମେ ପ୍ରସ୍ତୁତ ରହିଛୁ।

ଇରାନର ଏଭଳି ମିସାଇଲ ମାଡ଼ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛୁ। ରାଷ୍ଟ୍ରପତି ଟ୍ରମ୍ପ ଇରାନ ମେଜର ଜେନେରାଲ ସୁଲେମାନୀଙ୍କୁ ହତ୍ୟା କରି ଠିକ କରିଛନ୍ତି।”

By amfnews

Related Post