Thu. Jun 11th, 2026

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

428 Views

ଭୁବନେଶ୍ୱର, ଡିସେମ୍ବର 14 : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଉଠେଇ ନେଇଛି କ୍ରାଇମବ୍ରାଞ୍ଚ । ଏତଲା ଆଧାରରେ ୪ ଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରାଯାଉଛି । ଦୁଇ ଜଣ ସିକ୍ୟୁରିଟି ଗାର୍ଡ ସମେତ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା ରହିଛି  ।

ଇନଫୋସିଟି ନାବାଳିକ ଗଣଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ପୋଲିସ ଡିଜି ଅଭୟ ବ୍ୟକ୍ତିଗତ ଭାବରେ ଉଚ୍ଚ ନ୍ୟାୟାଳୟ ହାଜର ହୋଇଥିଲେ। ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ୪ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ଜେରା ଚଳାଇଛି  ।

By amfnews

Related Post