Fri. May 22nd, 2026

ଆହ୍ଲାବାଦକୁ ପ୍ରୟାଗରାଜ ପରେ ଫୈଜାବାଦକୁ ଅଯୋଧ୍ୟା କରିବାକୁ ଦାବି

211 Views

ଫୈଜାବାଦ, ଅକ୍ଟୋବର୧୬ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦ୍ଵାରା ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରାଯିବାର ଘୋଷଣା ପରେ  ଏବେ ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା କରିବାକୁ ଦାବି କରିଛନ୍ତି ସନ୍ଥ ସମୁଦାୟ। ରାମ ଜନ୍ମଭୁମୀର ବରିଷ୍ଠ ନ୍ୟାସ ଓ ଏହି ସମୟରେ ନରେନ୍ଦ୍ର ମୋଦୀ ପିଏମ ଏଗେନର  ଅଭିଯାନ ଚଳାଇଥିବା ଡଃ. ରାମ ବିଳାସ ବେଦାନ୍ତି କହିଛନ୍ତି ଯେ ଦୀପୋତ୍ସବ ଅଥବା ରାମ ନବମୀରେ ଫୈଜାବାଦର ନାମ ବଦଳାଯାଇ ଅଯୋଧ୍ୟା ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିପାରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ୨୦୧୯ ପୂର୍ବରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯିବ। ଏହା କୋର୍ଟଙ୍କ ରାୟ କିମ୍ବା ପରସ୍ପର ସହମତି  ଭିତ୍ତିରେ ହେବ।

ଏହା ପୂର୍ବରୁ ଅଯୋଧ୍ୟାର ସନ୍ଥ ଓ  ବୟସ୍କ ବର୍ଗର ଲୋକେ ଫୈଜାବାଦର ନାମ  ପରିବର୍ତ୍ତନ କରି ଅଯୋଧ୍ୟା ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସହମତି ଦେଇ ସଠିକ୍ ସମୟ ଆସିଲେ ଏହାର ଘୋଷଣା କରାଯିବ ବୋଲି ଆଶ୍ଵାସନା ମଧ୍ୟ ଦେଇଥିଲେ।  ଦିଗମ୍ବର ଅଖାଡ଼ାର ମହନ୍ତ ସୁରେଶ ଦାସ ଓ ରାମ ଜନ୍ମଭୂମୀ ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ମଧ୍ୟ ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା ରଖିବାକୁ ଦାବି କରିଥିଲେ। ଏବେ ଆଗାମୀ ଦୀପୋତ୍ସବରେ ସନ୍ଥ ସମାଜ ଏହି ଦାବିକୁ ଆହୁରି ଜୋରଦାର ଉଠାଇବେ। ପୂରା ସମ୍ଭାବନା ରହିଛି ଯେ  ଚଳିତ ବର୍ଷ ରାମ ନବମୀରେ ଫୈଜାବାଦର ନାମ ବଦଳାଯାଇ ଅଯୋଧ୍ୟା କରି ଦିଆଯିବ।

By amfnews

Related Post