Sat. Aug 22nd, 2026

ଆସାମ: ତିନସୁକିଆରେ ୫ ଲୋକଙ୍କ ମୃତ୍ୟୁ ବିରୋଧରେ ପ୍ରତିବାଦ ସ୍ୱରୂପ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା

221 Views

ନୂଆଦିଲ୍ଲୀ , ନଭେମ୍ବର ୦୩: ଆସାମର ତିନସୁକିଆ ଜିଲ୍ଲାରେ ଉଲ୍‌ଫା ସଙ୍ଗଠନ ଦ୍ୱାରା ହତ୍ୟା କରାଯାଇଛି କୁହାଯାଉଥିବା ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରତିବାଦରେ ଶତାଧିକ ସଂଗଠନ ଶନିବାର ଦିନ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। କିନ୍ତୁ, ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ନ ଥିବା କଥା ଉଲ୍‌ଫା ସଫେଇ ଦେଇଛି।

ରାଜ୍ୟ ଗଣମାଧ୍ୟମ ଖବରକାଗଜ ‘ଆସାମ ଟ୍ରିବୁନ୍‌’ ଖବର ଅନୁସାରେ, ରାଷ୍ଟ୍ରବାଦୀ ଯୌଥ ମଞ୍ଚ ନେତୃତ୍ୱରେ ବାରାକ ଉପତ୍ୟକାର ସଂଗଠନ ସବୁ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ସମର୍ଥକମାନେ କହିଛନ୍ତି: ନିରୀହ ନାଗରିକମାନଙ୍କ ହତ୍ୟାକୁ ଆମେ ନିନ୍ଦା କରୁଛୁ ଏବଂ ଉଲ୍‌ଫା ପ୍ରୋ-ଟକ୍‌ ଗୋଷ୍ଠୀର ମୃଣାଳ ହଜାରିକା ଏବଂ କେଏମ୍‌ଏସ୍‌ଏସ୍‌ ନେତା ଅଖିଳ ଗୋଗୋଇଙ୍କୁ ଖୁବ୍‌ ଶୀଘ୍ର ଗିରଫ କରିବାକୁ ସରକାରଙ୍କ ଠାରେ ଦାବି କରୁଛୁ।
ସିଲଚର ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ଘଟନାକୁ ନିନ୍ଦା କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

By amfnews

Related Post