Sun. May 24th, 2026

ଆସନ୍ତା ଦୀପାବଳୀ ସୁଦ୍ଧା ୪୧,୦୦୦ ଛୁଇଁବ ସୁନା! ୩୯,୦୦୦ ଟପି ସାରିଲାଣି

213 Views

ନୂଆଦିଲ୍ଲୀ : ବଢ଼ିବାରେ ଲାଗିଛି ସୁନା ଦର। ଚଳିତବର୍ଷ ଅଗଷ୍ଟ ମାସରେ ସୁନା ଦର ବଢ଼ି ବଢ଼ି ୧୦ ଗ୍ରାମ୍‌କୁ ୩୯ ହଜାର ଟଙ୍କା ଟପି ଯାଇଛି। ମୁମ୍ବାଇରେ ସୁନା ଦର ୪୦ ଛୁଇଁ ସାରିଲାଣି। ଚଳିତବର୍ଷ ଦୀପାବଳୀ ସୁଧା ସୁନା ଦର ୪୧ ହଜାର ଛୁଇଁବ ବୋଲି ଅନୁମାନ ଲଗାଯାଉଛି। ଆଜି ସୁନା ଦର ୬୭୫ ଟଙ୍କା ବଢ଼ି ୧୦ ଗ୍ରାମ୍‌କୁ ୩୯,୬୭୦ ଟଙ୍କାରେ ପହଞ୍ଚିଛି। ଅଗଷ୍ଟ ୨୦ ପରେ ସୁନା ଦର ସର୍ବାଧିକ ଛୁଇଁଛି ବୋଲି ସୂଚନା ରହିଛି।

ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେବା ଓ ଡଲାର ମୂଲ୍ୟ ବଢ଼ିବା ଯୋଗୁ ଦେଶ ଭିତରେ ସୁନା ଦର ବଢ଼ିଥିବା କୁହାଯାଉଛି। କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି। ରୌପ୍ୟ ୧୪୫୦ ଟଙ୍କା ବୃଦ୍ଧି ପାଇ କିଲୋ ପିଛା ୪୬,୫୫୦ ଟଙ୍କାରେ ପହଞ୍ଚିଛି।

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନାର ଦର ୩୮,୯୯୦ ଟଙ୍କାରେ ପହଞ୍ଚିଥିବା ବେଳେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୫୫୪ ଡଲାର ରହିଛି।

By amfnews

Related Post