Fri. Jun 12th, 2026

ଆର୍ମି ଡିପୋ ନିକଟରେ ବିସ୍ଫୋରଣ, ୬ ମୃତ ୧୮ ଆହତ

431 Views

ୱାର୍ଦ୍ଧା, ୨୦/୧୧: ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଥିବା ଆର୍ମି ଡିପୋ ନିକଟରେରେ ଏକ ‘ଆର୍ଟିଲେରୀ ଶେଲ୍‌’ ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୧୮ ଜଣ ଆହତ ହୋଇଛନ୍ତି। ୨୩ ମିଲିମିଟର ଲମ୍ବାର ଏହି ଶେଲ୍‌କୁ ନିଷ୍କ୍ରିୟ କରାଯିବା ପାଇଁ ଗାଡ଼ିରୁ ଓହ୍ଲାଯାଉଥିବା ସମୟରେ ହିଁ ଏହି ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।

ନାଗପୁରଠାରୁ ୮୦ କିଲୋମିଟର ଦୂର ପୁଲ୍‌ଗାଓଁଠାରେ ଏକ ଖାଲି ପଡ଼ିଆକୁ ଏହାକୁ ନିଆଯାଉଥିଲା। ମଧ୍ୟପ୍ରଦେଶର ଖମାରିଆଠାରେ ଥିବା ଯୁଦ୍ଧାସ୍ତ୍ର ଫ୍ୟାକ୍ଟ୍ରିର କମାଣ ଏବଂ ଅନ୍ୟ ଅସ୍ତ୍ର ସବୁକୁ ନିଷ୍କ୍ରିୟ କରିବାପାଇଁ ଏହି ସ୍ଥାନକୁ ବଛାଯାଇଥିଲା।

ୱାର୍ଦ୍ଧାର ବରିଷ୍ଠ ପୁଲିସ୍‌ ଅଧିକାରୀ ନିଖିଲ୍‌ ପିଙ୍ଗଲେ କହିବା ଅନୁଯାୟୀ, ନିଷ୍କ୍ରିୟ କରିବାପାଇଁ ବାକ୍ସଗୁଡ଼ିକୁ ଓହ୍ଲାଯାଉଥିବା ସମୟରେ ଗୋଟିଏ ବାକ୍ସ ବିସ୍ଫୋରଣ ହୋଇଥିଲା। ଏହା ଖୋଲାସ୍ଥାନରେ ହିଁ ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୬ ମସିହାରେ ଏଭଳି ଏକ ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।

By amfnews

Related Post