Fri. Apr 24th, 2026

ଆର୍ଥିକ ବର୍ଷର ପ୍ରଥମ ଦିନ ସେନ୍‌ସେକ୍ସ୍‍ ଛୁଇଁଲା ୩୯, ୦୦୦ ପଏଣ୍ଟ୍‌; ନିଫ୍‌ଟି ଟପିଲା ୧୭୦୦ ମାର୍କ

328 Views

ମୁମ୍ବାଇ: ଏପ୍ରିଲ୍‌ ପହିଲା ସୋମବାର ଆର୍ଥିକ ବର୍ଷର ପ୍ରଥମ ଦିବସରେ ବିଏସ୍‌ଇ ବେଞ୍ଚ୍‌ମାର୍କ ସେନ୍‌ସେକ୍ସ୍‍ ୩୦୦ ପଏଣ୍ଟ୍‌ ଟପିବା ସହ ୩୯୦୦୦ ପଏଣ୍ଟ୍‌ ଛୁଇଁ ନୂଆ ରେକର୍ଡ କରିଛି। ଗତବର୍ଷ ଅଗଷ୍ଟ ମାସରେ ୩୮, ୯୮୯ ପଏଣ୍ଟ୍‌ ଛୁଇଁ ଏହା ସର୍ବକାଳୀନ ରେକର୍ଡ କରିଥିଲା।

ସକାଳ ପ୍ରାୟ ୧୦: ୧୫ ମିନିଟ୍‌ରେ ୩୮, ୯୯୩ ଛୁଇଁ ସେନ୍‌ସେକ୍ସ୍‍ ନୂଆ ରେକର୍ଡ କରିଥିଲା। ସକାଳ ୧୦: ୨୭ରେ ସେନ୍‌ସେକ୍ସ୍‍ ୩୯, ୦୧୫. ୨୬ ବ୍ୟବସାୟ କରି ପୂର୍ବଦିନ ଠାରୁ ୩୪୨. ୩୫ ଅଧିକ ବ୍ୟବସାୟ କରିଥିଲା।ମୁଖ୍ୟତଃ ଧାତବ ପଦାର୍ଥ, ମଟର୍‌ ଏବଂ ଫାଇନାନ୍‌ସିଆଲ୍‌ ଷ୍ଟକ୍‌ ଖରିଦ ବିକ୍ରି ଯୋଗୁଁ ଆଜିର ବୃଦ୍ଧି ସମ୍ଭବପର ହୋଇଛି। ସେନ୍‌ସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ୍‌, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ୍‌ ଏଥିରେ ଅଗ୍ରଣୀ ଭୂମିକା ନେଇଛନ୍ତି।

୨୦୧୮ ମସିହା ସେପ୍ଟେମ୍ବର ୩ ତାରିଖ ପର ଠାରୁ ପ୍ରଥମ ଥର ଲାଗି ନେସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି୫୦ ୧୧, ୭୦୦ ମାର୍କ ଟପିଛି।
ଚୀନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବାଣିଜ୍ୟିକ ଆଲୋଚନା ସକାରାତ୍ମକ ଆଡ଼କୁ ଯାଉଥିବାରୁ ଏସୀୟ ବଜାରଗୁଡ଼ିକରେ କିଣାବିକା ବୃଦ୍ଧି ପାଇଛି।

By amfnews

Related Post