Thu. Jun 11th, 2026

ଆର୍ଆଇ ଡିଷ୍ଟ୍ରିକ୍ଟ ୩୨୬୧ର କର୍ମଶାଳା ଅନୁଷ୍ଠିତ

381 Views

ରାଉରକେଲା, ୭ା୧୦ : ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍ ପରିସରରେ ରାଉରକେଲାର ୭ଟି ରୋଟାରୀ କ୍ଲବ୍ ପକ୍ଷରୁ ଆର୍ଆଇ ଡିଷ୍ଟ୍ରିକ୍ଟ ୩୨୬୧ର ସଦସ୍ୟମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ କ୍ଲବ୍ର ସଦସ୍ୟତା ବୃଦ୍ଧି ଓ ଉନ୍ନତି ଦିଗରେ ମତପ୍ରକାଶ ପାଇଥିଲା । ଆୟୋଜିତ କର୍ମଶାଳାରେ ସୁନ୍ଦରଗଡ, ରାଉରକେଲା, ବିଳାସପୁର, ଜବଲପୁର, ସମ୍ବଲପୁର, ରାୟପୁର, ବରଗଡ, ବାଲଘାଟ ବଲାଙ୍ଗିରର ରୋଟାରୀ କ୍ଲବ୍ ସଦସ୍ୟମାନେ ଯୋଗ ଦେଇଥିଲେ । ରୋଟାରୀ କ୍ଲବ୍ ପ୍ରଥମ ସଭାପତି ବିଶ୍ୱଜିତ ପତିଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଟାରୀ ଅଫ୍ ରାଉରକେଲା ସେଣ୍ଟ୍ରାଲ ସମ୍ପାଦକ ତଥା ପ୍ରଥମ ସଭାପତି ହୀରାଲାଲ ମହାପାତ୍ର, ବକ୍ତା ଭାବେ ଡ.ନିଖିଳେଶ ତ୍ରିବେଦୀ, ରୋଟାରୀ କ୍ଲବ୍ର ସହାୟକ ସଂଯୋଜକ ଭାବେ ଆହ୍ଲାବାଦର ପ୍ରଦୀପ ମୁଖାର୍ଜୀ, ଡିଷ୍ଟ୍ରିକ୍ଟ ଚେୟାର ପିଡିଜି ଶମ୍ଭୁ ଜଗତରାମକା, ପିଡିଜି ଦିଲ୍ଲୀପ ପଟ୍ଟନାୟକ, ଡିଜିଏନ୍ ଏଫ୍.ସି. ମହାନ୍ତି, ପିଡିଜି ଉମାକାନ୍ତ ଶର୍ମା, ପିଡିଜି ସୁବାଷ ସାହୁ, ୱେବ ମାଷ୍ଟର ଜିତେନ୍ଦର ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ । କର୍ମଶାଳାରେ ଯୋଗ ଦେଇଥିବା ଅତିଥି ବୃନ୍ଦ କ୍ଲବ୍ର ସଦସ୍ୟାତାରେ ଉନ୍ନତି, ସଦସ୍ୟମାନଙ୍କ ଚୟନ ଉପରେ ଗୁରୁତ୍ୱାରୋପ କରିଥିଲେ । କର୍ମଶାଳା ଅତ୍ୟନ୍ତ ଶିକ୍ଷଣୀୟ ହୋଇପାରିଛି ବୋଲି କ୍ଲବ୍ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ୟୁପିର ପିଡିଜି ଶଶି ଭର୍ଭାନ୍ଦକର ଓ ପିପି ପି.ସି. ଦାସ କର୍ମଶାଳାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଏଜି ଆଲମ ସିଂହ ରୁପ୍ରା ଓ ଏଜି ବିଜୟ କୁମାର ଗୁପ୍ତା କର୍ମଶାଳାର ଆୟୋଜନ କରିଥିବା ବେଳେ କର୍ମଶାଳାରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ସଭାପତି ମିନତୀ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ର ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ ସତୀଶ ଅଗ୍ରୱାଲ, ଅରୁଣ ଅଗ୍ରୱାଲ, ସନ୍ଧ୍ୟାରାଣି ବରାଳ, ବ୍ରଜେଶ ଗୁପ୍ତା, ଅଜୟ ପୋଦ୍ଦାର, ଜେ.ପି. ଶ, ହରପାଲ ରୁପ୍ରା ପ୍ରମୁଖ ଉପସ୍ଥିତ ଥିଲେ । (ଫଟୋ ଯାଇଛି)

By amfnews

Related Post