Thu. Jun 11th, 2026

ଆରସିଇପି ଚୁକ୍ତିରେ ସାମିଲ ହେବନାହିଁ ଭାରତ

190 Views

ନୂଆଦିଲ୍ଲୀ: ଆରସିଇପି ଚୁକ୍ତିରେ ଭାରତର ପ୍ରମୁଖ ସମସ୍ୟା ଓ ପ୍ରସଙ୍ଗ ଗୁଡ଼ିକ ନଥିବାରୁ ଏଥିରେ ନୂଆଦିଲ୍ଲୀ ସାମିଲ ହେବନାହିଁ। ସୂତ୍ର ଅନୁସାରେ, ଭାରତ ଉଠାଇଥିବା ପ୍ରସଙ୍ଗ ଏଥିରେ ସ୍ଥାନ ପାଇନାହିଁ। ତେଣୁ ଏହି ଚୁକ୍ତି ଠାରୁ ଭାରତ ଦୂରେଇ ରହିବା ଦରକାର ବୋଲି ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଥିଲେ।

ଆରସିଇପି ଚୁକ୍ତି ଚାଇନା ଓ ଏସିଆନ ଦେଶଗୁଡ଼ିକ ମଧ୍ୟରେ ହେବ। ହେଲେ ଏଥିରେ ଥିବା ପ୍ରସଙ୍ଗ ଆଞ୍ଚଳିକ ସମସ୍ୟା ଉପରେ ଆଦୌ ପର୍ଯ୍ୟବେସିତ ହୋଇନାହିଁ। ସେହିପରି ଏହାର ଆଉଟ୍‌କମ୍‌ ମଧ୍ୟ ସବୁ ରାଷ୍ଟ୍ରଗୁଡ଼ିକ ପାଇଁ ସମାନ ନୁହେଁ। ତେଣୁ ଭାରତ ସରକାର ଏଥିରେ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଆରସିଇପି ସମ୍ମିଳନୀରେ ଉଦ୍‌ବୋଧନ ଦେଉଥିବା ବେଳେ ମୋଦି ମଧ୍ୟ ସମାନ କଥା ଦୋହରାଇ ଥିଲେ।

By amfnews

Related Post