Mon. Aug 17th, 2026

ଆରବିଆଇର ଆଶ୍ୱାସନା ପରେ ୟେସ୍‌ ବ୍ୟାଙ୍କ ଶେୟାରରେ ସୁଧାର

277 Views

ମୁମ୍ବାଇ: ମଙ୍ଗଳବାର ୟେସ୍‌ ବ୍ୟାଙ୍କ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହୋଇଛି। ଆଜି ଷ୍ଟକ୍‌ ମାର୍କେଟ୍‌ରେ ୟେସ୍‌ ବ୍ୟାଙ୍କର ଶେୟାର ମୂଲ୍ୟରେ ୬୦% ବୃଦ୍ଧି ଘଟିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସଦ୍ୟ ୟେସ୍‌ ବ୍ୟାଙ୍କର ସ୍ଥିତି ସୁଧାର ପାଇଁ ବିଭିନ୍ନ ପଦକ୍ଷେପ ନେବା ନେଇ ଆଶ୍ୱାସନା ଦେବା ପରେ ଏଭଳି ସକାରାତ୍ମକ ପରିବର୍ତ୍ତନ ଆସିଛି।

ଏହାର ଗୋଟିଏ ଦିନ ପୂର୍ବରୁ ୟେସ୍‌ ବ୍ୟାଙ୍କ ପାଇଁ ବିଭିନ୍ନ ବିଶ୍ଲେଷକ ସକାରାତ୍ମକ ମତ ରଖିଥିଲେ। ଏତଦ୍‌ବ୍ୟତୀତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ସୋମବାର ୟେସ୍‌ ବ୍ୟାଙ୍କ ବାବଦରେ କିଛି ଘୋଷଣା କରିଥିଲେ। ଏଥିରେ ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧାର ସମ୍ପର୍କିତ କିଛି ଘୋଷଣା ଥିଲା। ଏଥି ସହିତ ୟେସ୍ ବ୍ୟାଙ୍କରେ ଲୋକଙ୍କ ଜମା ସୁରକ୍ଷିତ ଥିବା ସେ କହିଥିଲେ।

ଏହା ପରେ ପରେ ଆଜି ଅର୍ଥାତ ମଙ୍ଗଳବାର ୧୧ଟା ବେଳକୁ ୟେସ୍‌ ବ୍ୟାଙ୍କର ଶେୟାର ମୂଲ୍ୟ ୬୦.୫୫ ଟଙ୍କାରେ ପହଞ୍ଚିଯାଇଥିଲା। ଏହା କାରବାର ଆରମ୍ଭରେ ୨୩.୫୫ ଟଙ୍କା ଥିଲା। ପରେ ଏଥିରେ ୬୩.୪୮% ବୃଦ୍ଧି ଘଟିଥିଲା।

‘ମୁଡିସ୍‌’ ୟେସ୍‌ ବ୍ୟାଙ୍କର ରାଙ୍କିଙ୍ଗରେ ସକାରାତ୍ମକ ପରିବର୍ତ୍ତନ କରାଇବା ସିଧା ଶେୟାର ମୂଲ୍ୟରେ ପଡ଼ିଛି। ଆରବିଆଇ ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ୩୦ ଦିନର କଟକଣା ଲଗାଇବା ପରେ ଏହାର ଶେୟାର ମୂଲ୍ୟରେ ୮୦% ହ୍ରାସ ହୋଇଥିଲା।

ପରେ ରାଷ୍ଟ୍ରୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ୭ଟି ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଉଦ୍ଧାରରେ ଓହ୍ଲାଇଛନ୍ତି। ଏହି ବ୍ୟାଙ୍କରେ ଘରୋଇ ବ୍ୟାଙ୍କମାନେ ୩,୯୫୦ କୋଟି ଟଙ୍କା ନିବେଶ କରିଛନ୍ତି।

By amfnews

Related Post