Sat. Oct 3rd, 2026

ଆରପାରିରେ ଫିଲ୍ମ ‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନ

719 Views

ନୂଆଦିଲ୍ଲୀ, ଜାନୁଆରୀ ୧୭ : ବଲିଉଡ୍ ଅଭିନେତା ଓଲାନୋକିଓଟନ ଗଲାଁବୋ ଲ୍ୟୁକସଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ଫୁକ୍‌ରେ ଫିଲ୍ମର ନିର୍ମାତା ତଥା ବଲିଉଡ୍ ଅଭିନେତା ଫରହାନ ଅଖତର ଦେଇଛନ୍ତି । ସେ ବଲିଉଡ୍ ମୁଭି ‘ଫୁକ୍‌ରେ’ ଓ ‘ଫୁକ୍‌ରେ ରିଟର୍ନସ’ରେ ରୁଚା ଚଢାଙ୍କ ବୟଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ

ଏଥିରେ ତାଙ୍କ ଚରିତ୍ରର ନାଁ ଥିଲା ବବି । ସୋସିଆଲ ମଡିଆ ଜରିଆରେ ସେ ଏହି ଖବର ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଓଲାନୋକିଓଟାନ ଗୋଲାବୋ ଲୁକସଙ୍କ ଦେହାନ୍ତ ବିଷୟରେ ଫରହାନ ଅଖତର ସୂଚନା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଓଲାନୋକିଓଟାନ୍ ଗୋଲାବୋ ଲୁକସଙ୍କ ଏକ ଫଟୋ ସେୟାର କରିଛନ୍ତି।

ଏହି ଚିତ୍ର ସହିତ ସେ ଏକ ଭାବପ୍ରବଣ ଟ୍ୱିଟ ମଧ୍ୟ ଲେଖିଛନ୍ତି। ଫରହାନ ଅଖତର ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ମୋର ପ୍ରିୟ କାଷ୍ଟ ସଦସ୍ୟ ଓଲାନୋକିଓଟାନ ଗୋଲାବୋ ଲୁକାସଙ୍କ ଦେହାନ୍ତ ହୋଇଛି, ଯିଏ ଫୁକ୍‌ରେ ଫିଲ୍ମରେ ବବି ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ମୁଁ ତୁମକୁ ସବୁବେଳେ ମନେ ରଖିବି। ‘

By amfnews

Related Post