Wed. Jul 22nd, 2026

ଆରଏସପିରେ ନିଯୁକ୍ତି ଦାବିରେ ପୂର୍ବତନ ସୈନିକମାନଙ୍କ କଳାପତାକା ପ୍ରଦର୍ଶନ ୫୨ ଦିନରେ

286 Views

ରାଉରକେଲା, ୨୫ା୧୦  : ପୂର୍ବତନ ସୈନକଙ୍କୁ ନିଯୁକ୍ତି ଦାବୀରେ ୫୨ଦିନ ପୂର୍ବରୁ ଚାଲିଥିବା ଆନ୍ଦୋଳନ ଆଜି ମଧ୍ୟ ବିଶ୍ରା ଛକ ଠାରେ କଳାପତାକା ଓ ବ୍ୟାନର ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ ସୈନିକମାନଙ୍କ ରାଉରକେଲା ଇସ୍ପାତ କାରଖାନାରେ ବିଗତ ୨୦ ବର୍ଷର ନିଯୁକ୍ତି କୋଟାକୁ ଏକ ସ୍ୱତନ୍ତ୍ର ନିଯୁକ୍ତି ପାଇଁ ଦାବୀ କରୁଥିବା ଆନ୍ଦୋଳନ ଓ ବିକ୍ଷୋଭକୁ ବିଭିନ୍ନ ସାମାଜିକ ତଥା ରାଜନୈତିକ ମହଲରୁ ସମର୍ଥନ ମିଳିଛି ।

ଆଜିର ଏହି ବିକ୍ଷୋଭରେ ଡ଼ି.ଏନ୍.ପଣ୍ଡା, ମୁରଲିଧର ମହାନ୍ତ, ସରୋଜ କୁମାର ପରିଡ଼ା, ଜୟନ୍ତ ବେରିହା, ଚକ୍ରାନ୍ତ ଜେନା, ମେଜର ଅକ୍ଷୟ ସାମଲ, ଧିରେନ୍ଦ୍ର ନାଥ ପଣ୍ଡା, ରଣଜିତ ସିଂ, ସାଧବ ମହନ୍ତ, ବିନୋଦ ପଡିହାରୀ,କୃଷ୍ଣଚନ୍ଦ୍ର ପରିଡା, ସୁବେଦାର ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଦିନରେ ମଧ୍ୟ ପୂର୍ବତନ ସୈନିକମାନଙ୍କ କଳାପତାକା ପ୍ରଦର୍ଶନ ଓ ବିକ୍ଷୋଭ ବିଶ୍ରାଛକ ଠାରେ ଜାରି ରହିବ ବୋଲି ସୈନିକ ସଂଘର ସାଧାରଣ ସଂପାଦକ ନିର୍ମଳ କୁମାର ଦାସ କହିଛନ୍ତି ।

By amfnews

Related Post