Sat. Apr 25th, 2026

ଆମ କାମ ହିଁ କଥା କହେ: ମୁଖ୍ୟମନ୍ତ୍ରୀ

260 Views

ଭୁବନେଶ୍ବର : ୨୦୧୯-୨୦ ରାଜ୍ୟ ବଜେଟ ସବୁ ବର୍ଗର ଲୋକଙ୍କ ବିକାଶ ଅନୁକୂଳ ହୋଇଛି । ଚାଷୀ, ଗରିବ, ମହିଳା, ଅନୁସୂଚିତ ଜାତି ଓ ଜନଜାତି, ଯୁବବର୍ଗଙ୍କ ବିକାଶ ପାଇଁ ଏହି ଲେଖାନୁଦାନ ବଜେଟରେ ପର୍ଯ୍ୟାପ୍ତ ବ୍ୟୟ ବରାଦ କରାଯାଇଛି । ଗୁରୁବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନାରେ ଯଥେଷ୍ଟ ବ୍ୟୟବରାଦ କରାଯିବା ସହ କାଳିଆ ବୃତ୍ତି ସହାୟତା ପାଇଁ ମଧ୍ୟ ବଜଟରେ ବ୍ୟୟବରାଦ କରାଯାଇଛି । ସେହିପରି ସାର୍ବଜନୀନ ସ୍ବାସ୍ଥ୍ୟସେବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଏସସି-ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ମେଧା ବୃତ୍ତି ଯୋଜନା, ଆମ ଗାଁ ଆମ ବିକାଶ, ସାମାଜିକ ନିରାପତ୍ତା ପାଇଁ ମଧୁବାବୁ ପେନସନ ଯୋଜନା, ଗୃହ ନିର୍ମାଣ, ପାନୀୟ ଜଳ, ସବୁ ଗରିବ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ବ୍ୟୟ ବରାଦ କରାଯାଇଛି । ବେକାର ଯୁବକ ଯୁବତୀଙ୍କ ପାଇଁ ନିୟୁକ୍ତି ସୁଯୋଗ ସୃଷ୍ଟି କରିବା ସହତ ରାଜସ୍ବ ବୃଦ୍ଧି ଓ ମେକ୍ ଇନ୍ ଓଡ଼ିଶାରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆବଶ୍ୟକ ଅର୍ଥ ବରାଦ କରାଯାଇଛି ।

ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆମେ କାମରେ ବିଶ୍ବାସ କରୁ, ପ୍ରତିଶ୍ରୁତି ଦେଉ ଆଉ ପାଳନ କରିଥାଉ । ଆମ କାମ ହିଁ କଥା କହେ।

By amfnews

Related Post