Mon. Aug 3rd, 2026

ଆମ୍ବୁଲାନ୍ସ ଓଲଟି ତିନି ଗୁରୁତର

148 Views

ଭଦ୍ରକ : ଆଜି ସକାଳେ ଭଦ୍ରକ ଜିଲ୍ଲା ଭଣ୍ଡ।ରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଏନ ଏଚ-୧୬ରେ ଏକ ଆମ୍ବୁଲାନ୍ସ ଓଲଟି ପଡିବାରୁ ତିନିଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ୧୬ ରେ ଥିବା ଭଣ୍ଡାରିପୋଖରୀ ନିକଟ କୁଶଗଡ଼ିଆଠାରେ ରାସ୍ତା କଡକୁ ଓଲଟିଲା ଏକ ଆମ୍ବୁଲାନ୍ସ। ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି ।

ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପରମେଶ୍ୱର ମିଶ୍ରଙ୍କର ହୃଦଘାତରେ କଟକ ଏସସିବିରେ ମୃତ୍ୟୁ ହୋଇଥିଲା।ପରମେଶ୍ୱରଙ୍କ ମୃତ ଦେହକୁ ଏକ ଘରୋଇ ଆମ୍ବୁଲାନ୍ସରେ ଭଦ୍ରକ ଜିଲ୍ଲାର ଗୋବିନ୍ଦପୁର ଗାଁକୁ ଆଣୁଥିବା ବେଳେ ଭଣ୍ଡାରିପୋଖରୀ କୁଶଗଡ଼ିଆଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ମୃତ ଦେହ ନେଇ ଆସୁଥିବା ତିନି ଜଣ ସମ୍ପର୍କୀୟ ମଧ୍ୟ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନେ ସେଠାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି।

By amfnews

Related Post