Sat. Aug 8th, 2026

ଆମେରିକାରେ ସ୍ଥାପିତ ହେଲା ୨୫ ଫୁଟ୍‌ ଉଚ୍ଚ ହନୁମାନ ବିଗ୍ରହ

326 Views

ହକିସିନ୍: ଭାରତରେ ସଯତ୍ନ ଖୋଦିତ ଏକ ୨୫ ଫୁଟ୍ ଉଚ୍ଚ ହନୁମାନ ବିଗ୍ରହଙ୍କୁ ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହକିସିନ୍ ସହରରେ ପ୍ରତିଷ୍ଠା କରାଯାଇଛି। ଏହା ହେଉଛି ଆମେରିକାର ସର୍ବୋଚ୍ଚ ହନୁମାନ ବିଗ୍ରହ।

ଏହି ବିଗ୍ରହ ନିର୍ମାଣ ଏବଂ ପରିବହନରେ ୧୦, ୦୦୦୦ ଆମେରିକୀୟ ଡଲାରରୁ ଅଧିକ ଖର୍ଚ୍ଚ ହୋଇଛି। ଏହାର ଓଜନ ୩୦ ହଜାର କିଲୋଗ୍ରାମ୍। ଦକ୍ଷିଣ ଭାରତର କ୍ଷୁଦ୍ର ସହର ୱାରାଙ୍ଗଲ୍‌ରେ ଏହି ବିଗ୍ରହଟିକୁ ଖଣ୍ଡେ କଳାମୁଗୁନି ପଥରରେ ଅନେକ ଭାସ୍କର ବା ପ୍ରସ୍ତରଶିଳ୍ପୀ ବର୍ଷେ ଲାଗି ଖୋଦେଇ କରିଥିଲେ।

‘ହନୁମାନ ପ୍ରକଳ୍ପ’ ଲେଖାଥିବା ଉଜ୍ଜ୍ବଳ ନାରଙ୍ଗୀ ପୋଷାକ ପରିହିତ ୩୦୦ରୁ ଊର୍ଦ୍ଧ୍ବ ପରିବାର, ମନ୍ଦିର ଭକ୍ତ ଏବଂ ପ୍ରବାସୀ ପୁରୋହିତ ଏକ ଦଶଦିନିଆ ସ୍ଥାପନା ଉତ୍ସବ ଆୟୋଜନ କରିଥିଲେ।

ଜାନୁଆରି ମାସରେ ଏହି ହନୁମାନ ବିଗ୍ରହଙ୍କୁ ପାଣି ଜାହାଜରେ ହାଇଦ୍ରାବାଦରୁ ନ୍ୟୁୟର୍କ ନିଆଯାଇଥିଲା। ସେଠାରୁ ଟ୍ରଲର୍ ଟ୍ରକ୍ ଯୋଗେ ସେ ବିଗ୍ରହଙ୍କୁ ଡେଲାୱେର୍ ଠାରେ ଥିବା ସର୍ବୋଚ୍ଚ ହିନ୍ଦୁ ମନ୍ଦିରକୁ ନିଆଯାଇଥିଲା।

By amfnews

Related Post