Sat. Jul 25th, 2026

ଆବାସିକ ମହାବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

372 Views

ମାଣିଆବନ୍ଧ : କଟକ ଜିଲ୍ଲା ମାଣିଆବନ୍ଧ ଫାଣ୍ଡି ଅଂଚଳରେ ଥିବା ଏକ ଆବାସିକ ମହାବିଦ୍ୟାଳୟର ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ଉକ୍ତ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଗୁରିଲୋ ଗାଆଁର  ସୂର୍ଯ୍ୟକାନ୍ତ ସାମଲ ଅଭିମାନପୁରର  ଆର ପି ରେସିଡେନସିଆଲ କଲେଜ ନାମକ ଏକ ଘରୋଇ କଲେଜରେ ଯୁକ୍ତ ୨ (ବିଜ୍ଞାନ)ର ପ୍ରଥମ ବର୍ଷର ଛାତ୍ର ଥିଲେ। ସୂର୍ଯ୍ୟକାନ୍ତଙ୍କ ବୟସ ୧୬ ବର୍ଷ । ସେ ସେଠାରେ ଥିବା ଛାତ୍ରାବାସରେ ରହୁଥିଲେ । ଆଜି ସକାଳେ ଛାତ୍ର ସୂର୍ଯ୍ୟକାନ୍ତଙ୍କ ମୃତଦେହ ଏକ କୋଠରିରୁ ମିଳିଥିଲା ।

ଖବର ପାଇବାପରେ ଛାତ୍ରଙ୍କ ପରିବାର ଲୋକେ ହଷ୍ଟେଲରେ ପହଞ୍ଚିଥିଲେ । ସେମାନେ   ସୂର୍ଯ୍ୟକାନ୍ତଙ୍କୁ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ  ମୃତ ବୋଲି ଘୋଷଣା କରିଥିଲେ। ଏହାକୁ  ଏକ ହତ୍ୟାକାଣ୍ଡ  ବୋଲି ସେମାନେ ଅଭିଯୋଗ କରି  ମାଣିଆବନ୍ଧ ଫାଣ୍ଡିରେ ଏତଲା ଦେଇଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି  ସୂର୍ଯ୍ୟକାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ କରିଥିବା ଜଣାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post